ଅନୁଗୁଳ ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ, ୩ ମୃତ୍ୟୁ: ୫୨୫ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ,୭ ରେ ପହଁଚିଲା ମୃତ୍ୟୁ ସଂଖ୍ୟା

ଅନୁଗୋଳ (ଏନ ଟିପି)

ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ ପଜିଟିଭ ଚିହ୍ନଟ, ୩ ମୃତ୍ୟୁ: ପଜିଟିିଭ ସଂଖ୍ୟା ପହଁଚିଲା ୫୨୫ ରେ,ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୭ ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଵଅଂରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ତାଳଚେର ବ୍ଳକ ଅଞ୍ଚଳରୁ ୨ ଜଣ ଓ ଅନୁଗୁଳ ପୌରାଞ୍ଚଳ ରୁ ଜଣେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।ବଅଂର ପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି।ଏମାନଙ୍କ ମଧ୍ୟରେ ଏକ ଶିଳ୍ପାଞ୍ଚଳରୁ କେବଳ ୧୩ ଜଣ (୮ ପୁରୁଷ ଓ ୫ ମହିଳା) ଅଛନ୍ତି।ଅନୁଗୁଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୪ ଜଣଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୫ ଜଣ ମହିଳା ଆକ୍ରାନ୍ତ ହୋଇଥିବା ଜଣାପଡିଛି।ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଅନ୍ୟ ୨ ଜଣ ୫୧ ଓ ୪୩ ବର୍ଷୀୟ ଆକ୍ରାନ୍ତ ପୁରୁଷ ଭୁବନେଶ୍ୱର ର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିିଭ ଚିହ୍ନଟ ହୋଇ ମୃତ୍ୟୁ ବରଣ କରିଛନ୍ତି।ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଚିହ୍ନଟ ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।ସେହିପରି କଣିହାଁ ବ୍ଳକ ଅଞ୍ଚଳରୁ ଚିହ୍ନଟ ୪ ଜଣଙ୍କ ମଧ୍ୟରେ ଏକ ଶିଳ୍ପାଞ୍ଚଳରୁ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଛୋଟ ଝିଅ ଆକ୍ରାନ୍ତ ହୋଇଥିବା ବେଳେ ଏକ ଗ୍ରାମରୁ ଜଣେ ପୁରୁଷ ଆକ୍ରାନ୍ତ ହୋଇଛନ୍ତି।


ଅନୁଗୁଳ ପୌରାଞ୍ଚଳ ର ପୂର୍ବରୁ ଚିହ୍ନଟ ହୋଇଥବା ଜଣେ ୫୫ ବର୍ଷୀୟ ପୁରୁଷ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଏହା ସହିତ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭ ରେ ପହଞ୍ଚିଲା। ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ହୋମ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥବା ୩୬୦ କୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୩୭୭ ରେ ପହଁଚିଛି ।

Follow by Email
WhatsApp