ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

ଛେଣ୍ଡିପଦା(ଏନଟିପି):

କରୋନା କଟକଣାରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜାଗାରେ ପାଳନ ହୋଇଛି ସ୍ଵାଧୀନତା ଦିବସ।କିନ୍ତୁ ସ୍ୱାଧୀନତା ଦିବସରେ ଏମିତି କିଛି ଚିତ୍ର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା।କେତେଦୂର ଜାତିୟ ପତାକା କୁ ସମ୍ମାନ ଜଣାଉଛନ୍ତି ଲୋକେ।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସହକାରି ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପାଳିତ ହୋଇଛି ସ୍ୱାଧୀନତା ଦିବସ।ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର କୁ ସଫା କରାନଯାଇ ପତାକା ଉତ୍ତୋଳନ କରିବା ଦୁଃଖର ବିଷୟ।ଏହା ଭାରତ ମାତା ପ୍ରତି ଅସମ୍ମାନ ବୋଲି ବୁଦ୍ଧିଜୀବୀ କହିଛନ୍ତି।ସର ଦେଶରେ ସ୍ୱଚ୍ଛ ଭାରତ ଅଭିଯାନର ନଅର ଚାଲିଥିବା ବେଳେ ସରକାରୀ କାର୍ଯ୍ୟାଳୟ ରେ ଆଳିଆ ,ଆଉ ଅଳିଆ ଭିତରେ ପତାକା ଉତ୍ତୋଳନ କରିବା କଣ ଜାତୀ ୟ ପତାକା ପ୍ରତି ଅସମ୍ମାନ ନୁହେଁକି ?ଜାତୀୟ ପତାକା କୁ ମର୍ଯ୍ୟାଦାର ସହ ପାଳନ କରାଯିବା କାତ୍ୟା କିନ୍ତୁ ସରକାରୀ କାର୍ଯ୍ୟାଳୟ ପରିସର ରେ ଏଭଳି ଢଙ୍ଗରେ ପତାକା ଉତ୍ତୋଳନ କରିବା କେତେଦୂର ଠିକ।

ଛେଣ୍ଡିପଦାରୁ ତ୍ରିବେଣୀ ସାହୁଙ୍କ ରିପୋର୍ଟ NEWSTIMEPRO

Follow by Email
WhatsApp