ଅନୁଗୋଳ ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ ଫୁ କଲେ ମଲ ମାଲିକ Posted on 20/03/202020/03/2020 by NTP Bureau Report ଅନୁଗୋଳ(ଏନ ଟି ପି): କରୋନା ଭଳି ମହାମାରୀରୁ ରକ୍ଷା ପାଇଁ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତି ନେଉଛନ୍ତି।ବିଭିନ୍ନ ଜାଗାରେ ୧୪୪ ଧାରା ଜାରି କରାଯାଇଛି।ଅନୁଗୋଳ ରେ ୧୪୪ ଧାରା ଜାରି କରାଯାଇଛି।ଭିଡ଼ କମାଇବା ପାଇଁ ଜିଲ୍ଳାପାଳ ଆଡ଼ଭାଇଜରି ଜାରି କରିଛନ୍ତି ସତ କିନ୍ତୁ ତାଙ୍କ ନିର୍ଦେଶ ନାମାକୁ ମାନୁନାହାନ୍ତି ମଲ ମାଲିକ।କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବାର ନିୟମ ରହିଛି କିନ୍ତୁ ବଡ ବଡ ଲୁଗା ଗୋଦାମ ମାଲିକ କେମିତି ଖୋଲା ରହିଛି। କରୋନା ଭଳି ଭୟଙ୍କର ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ଅତ୍ୟଧିକ ଭିଡ଼ ହେଉଥିବା ସ୍ଥାନ ଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ସପିଙ୍ଗ ମଲ ମଧ୍ୟ ଅନ୍ତର୍ଭୁକ୍ତ।ଏ ଆଦେଶ ନ ମାନିବା ଭାରତୀୟ ପିଙ୍ଗଳ କୋଡ଼ ଧାରା ୧୮୮ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଅନୁଗୁଳ ସହରରେ ମଲ ଗୁଡ଼ିକ ବାହାରକୁ ବନ୍ଦ ଥିବା ଦେଖା ଯାଉଥିଲେ ମଧ୍ୟ ସଟର ବନ୍ଦକରି ଏମାନେ ଭିତରେ ଭିଡ ଜମାଇ ବେପାର କରୁଥିବା ଅଭିଯୋଗ ହେଉଛି। ମଲ ସମ୍ମୁଖରେ ହାତଗଣତି କର୍ମଚାରୀ ଗ୍ରାହକଙ୍କୁ ଧରିବା ଏବଂ ସମ୍ଭାବ୍ୟ ଆଇନଗତ ବିପତି ସମ୍ପର୍କରେ ପ୍ରାକ ସୂଚନା ଦେବାପାଇଁ ମୁତୟନ ଅଛନ୍ତି।ଅନୁଗୋଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ନିର୍ଦେଶନାମା ଜାରି କରିଦେଲେ କଣ ହେବ କେମିତି ଏହା କାର୍ଯ୍ୟକାରୀ ହେବ ସେ ଦିଗରେ ଧ୍ୟାନ ଦେବା ସହ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସାଧାରଣ ଲୋକ ଆଶା କରୁଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା କିଛି ମଲ ମାଲିକ ତାଙ୍କର ମଲ ଖୋଲିବ ନେଇ ଯାଇଥିଲେ।ଉପଜିଲ୍ଲାପାଳ ଙ୍କ ସହ କଣ ରୁଦ୍ଧ ଦ୍ୱାର ଆଲୋଚନା ପରେ ଆସିଲେ ମାଲିକ।ଆସିବା ପରେ ତାଙ୍କର କିଛି ମଲ ଖୋଲିଥିବା ଦେଖିବାକୁ ମିଳିଥିଲା।ଜିଲ୍ଳାପାଳ ଏ ଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଇନ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି Share on FacebookTweetFollow usSave Post Views: 348
Odisha KIMS Inks MoU with Govt of Odisha to Set up COVID-19 Special Hospital NTP Bureau Report 26/03/2020 0 Bhubaneswar(News Time Pro) Kalinga Institute of Medical Sciences (KIMS) has signed an MoU with the Govt. of Odisha to set up a COVID-19 Special Hospital […]
Odisha Devotional NATIONAL BAHUDA JATRA LIVE NTP Bureau Report 20/07/2021 0 NEWSTIMEPRO(PURI): BAHUDA JATRA LIVE FEED FROM PURI 👇👇👇 Share on Facebook Tweet Follow us Save Post Views: 653
Odisha ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ…⛹🏻♀🏅 NTP Bureau Report 19/05/2019 0 ଯେବେ ବିବାହ କରିବି,ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି। ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି। ଭୁବନେଶ୍ୱର(୧୯/୫) :- ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍ସିପ୍ରେ) ଅଛନ୍ତି। […]