କଥା ରଖିଲେ ସାମନ୍ତ: କିସରେ ପଢିବେ କନ୍ଧମାଳ ମାଟ୍ରିକ ଟପ୍ପର

ଭୁବନେଶ୍ୱର(ଏନଟିପି):

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ କୁମାର ସାମନ୍ତ I ପ୍ରଥମଟି ହେଲା କରୋନାରେ ଆକ୍ରାନ୍ତ ବିପିଏଲ ବର୍ଗର ପିଲାଙ୍କୁ କିଟରେ ମାଗଣା ପାଠ ପଢାଇବେ ଏବଂ ଅନ୍ଯଟି ହେଲା ଗରୀବ ମେଧାବୀ ଛାତ୍ର ଛାତ୍ରୀଙ୍କୁ  ବିନା ମୂଲ୍ୟରେ ପାଠ ପଢାଇବେ । ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି  Iନିଷ୍ପତ୍ତି ଅନୁସାରେ କିସରେ  ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ ଟପ୍ପର ମୀନାକ୍ଷୀ ମଲ୍ଲିକ I ସେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ 92.6 ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଛନ୍ତି ।କନ୍ଧମାଳ  ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦାଳୟର ଛାତ୍ରୀ ମୀନାକ୍ଷୀଙ୍କ ସଫଳତାର ଖବର ଜାଣିବା ପରେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୀନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଝିଅର ସଫଳତା ପାଇଁ ପିତା ରାଜୀବ ଲୋଚନ ମଲ୍ଲିକ ଏବଂ ମାତା ନିଳନ୍ତି ମଲ୍ଲିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ସାମନ୍ତ ।
ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ କର୍ତ୍ତୃପକ୍ଷ ମୀନାକ୍ଷୀଙ୍କୁ କିସରେ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି I ଏଥିରେ ମୀନାକ୍ଷୀ ଓ ତାଙ୍କ ପରିବାର ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି ସେ କିସରେ ଯୁକ୍ତ ଦୁଇ ବିଜ୍ଞାନରେ ଭଲ କଲେ ସେ କିଟ୍ ବିଶ୍ୱବିଦାଳୟରେ ଇଂଜିନିୟରିଂ ଓ ମେଡିକାଲ ଆଦି ଯାହା ଚାହିଁବେ, ବିନା ଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ କିସରେ ପଢ଼ିବା ପାଇଁ ସୁଯୋଗ ମିଳିଥିବାରୁ ମୀନାକ୍ଷୀ ଓ ତାଙ୍କ ପରିବାର କିସ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Follow by Email
WhatsApp