ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଟିଏମଆଇଏଲ ପକ୍ଷରୁ ଆଦିବାସୀ ମହିଳାଙ୍କୁ ଉନ୍ନତ ରୋଷେଇ ଚୁଲ୍ଲା ବଣ୍ଟନ

  • ୧୦୦ ଜଣ ମହିଳା ଉପକୃତ: ଖୁବଶୀଘ୍ର ପାଇବେ ଆଉ ୫୫୦ ମହିଳା

ମାର୍ଚ୍ଚ ୧୬, ୨୦୨୫,କଳିଙ୍ଗନଗର: ଯାଜପୁର ଜିଲ୍ଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ଆଦିବାସୀ ପରିବାରର ୧୦୦ ଜଣ ମହିଳାଙ୍କୁ ଉନ୍ନତ ରୋଷେଇ ଚୁଲ୍ଲା ପ୍ରଦାନ କରାଯାଇଛି। ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଟିଏମ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଲିମିଟେଡ (ଟିଏମଆଇଏଲ) ମଧ୍ୟରେ ମିଳିତ ଉଦ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରଣମାନରେ ଉଲ୍ଲେଖନୀୟ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଆଗାମୀ ସପ୍ତାହରେ ଆଉ ୫୫୦ ଜଣ ମହିଳାଙ୍କୁ ରୋଷେଇ ଚୁଲ୍ଲା ଦିଆଯିବ, ଯାହା ପ୍ରକଳ୍ପର ବ୍ୟାପକତା ଏବଂ ପ୍ରଭାବକୁ ବଢ଼ାଇବ।

ଇନ୍ଧନ ବ୍ୟବହାର ଏବଂ ଧୂଆଁ ନିର୍ଗମନ ହ୍ରାସ କରିବା, ଘର ଭିତରେ ବାୟୁ ପ୍ରଦୂଷଣକୁ ହ୍ରାସ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା, କାଠ ସଂଗ୍ରହ ପାଇଁ ଆବଶ୍ୟକ ସମୟ ହ୍ରାସ କରିବ, ଜଙ୍ଗଲ ନଷ୍ଟ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରି ପରିବେଶର ଦୀର୍ଘସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ।

କଳିଙ୍ଗନଗର ନିକଟସ୍ଥ ୨୪ଟି ପଞ୍ଚାୟତର ଆଦିବାସୀ ପରିବାର, ଯେଉଁମାନେ ମୁଖ୍ୟତଃ ରୋଷେଇ ପାଇଁ ଜାଳେଣି କାଠ ଓ ବାୟୋମାସ୍ ବ୍ୟବହାର କରନ୍ତି, ସେମାନଙ୍କୁ ଉନ୍ନତ ରୋଷେଇ ଚୁଲ୍ଲା ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କମ୍ପାନୀ ଦ୍ୱାରା ଘରକୁ ଘର ବୁଲି ଗୋଟିଏ ସର୍ବେକ୍ଷଣ କରାଯାଇ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ସଦସ୍ୟଥିବା ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଉନ୍ନତ ରୋଷେଇ ଚୁଲ୍ଲା ବଣ୍ଟନ ନିମନ୍ତେ ଚୟନ କରାଯାଇଥିଲା।

ଟିଏମ୍‌ଆଇଏଲର (ମୁଖ୍ୟ ଆଇଡବ୍ଲୁଏମ୍‌ଏଲ୍‌, ସିଏସ୍‌ଆର୍ ଆଣ୍ଡ ସଷ୍ଟେନେବିଲିଟି) ଅତନୁ ବସୁଙ୍କ କହିବା ମୁତାବକ, “ସାମାଜିକ ଦାୟିତ୍ୱ ପ୍ରତି ଟାଟା ଗ୍ରୁପ୍ ର ପ୍ରତିବଦ୍ଧତା ସହିତ ସଂଯୁକ୍ତ ଏହି ପ୍ରକଳ୍ପ ଦକ୍ଷ ରୋଷେଇ ଚୁଲ୍ଲା ମାଧ୍ୟମରେ ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ଏବଂ ପରିବେଶ ସମସ୍ୟାର ମୁକାବିଲା କରାଯାଇ ପାରିବ। ଇନ୍ଧନ ଖର୍ଚ୍ଚ ହ୍ରାସ କରି ଆର୍ଥକ ସମସ୍ୟା ଦୂର କରିବାରେ ସାହାଜ୍ୟ କରିବ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗ ପାଇଁ ଆମେ କୃତଜ୍ଞ।

କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନର କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି ଯେ, କଳିଙ୍ଗନଗର ଇକୋସିଷ୍ଟମରେ ଆମର ପ୍ରୟାସ ହେଉଛି ସ୍ଥାନୀୟ ଜନସାଧାରଣ, ବିଶେଷକରି ଆଦିବାସୀ ଲୋକମାନଙ୍କ ପାଇଁ ସମାନତା ଆଣିବ। ଉନ୍ନତ ରୋଷେଇ ଚୁଲ୍ଲା ଯୋଗାଇବା ଦ୍ୱାରା କେବଳ ଜଳବାୟୁ ସହନଶୀଳ ରୋଷେଇର ସମାଧାନ ମିଳିପାରିବ ନାହିଁ ବରଂ ଆଦିବାସୀ ମହିଳାଙ୍କ ପାଇଁ ସମ୍ମାନର ଭାବନା ମଧ୍ୟ ସୃଷ୍ଟି ହେବ।

ଯାଜପୁରର ଆଦିବାସୀ ଲୋକମାନଙ୍କର ସୁସ୍ଥ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave a Reply

Your email address will not be published. Required fields are marked *

Follow by Email
WhatsApp