ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର(ଏନଟିପି)

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି
ଅନୁଗୋଳ ଜିଲ୍ଲାରେ କଳିଙ୍ଗ ଟିଭିର ଜିଲ୍ଲାପ୍ରତିନିଧି ଭାବେ କାର୍ଯ୍ୟକରୁଥିବା ଯୁବ ସାମ୍ବାଦିକ ମାନସ ରଂଜନ ମିଶ୍ରଙ୍କୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ,ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଓ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରିଛନ୍ତି।କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ।କରୋନା ଭଳି ସାମ୍ପ୍ରତିକ ପରିସ୍ଥିତି ରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା ବାଣ୍ଟିବା ଓ ଜନସାଧାରଣଙ୍କ ପାଖରେ ଟିକିନିଖି ଖବର ପହଞ୍ଚାଇବାର ପ୍ରମୁଖ ଭୂମିକା ନିଭାଉଥିବାରୁ କରାଯାଇଛି ସମ୍ମାନିତ।
Follow by Email
WhatsApp