ଦୁର୍ବୁର୍ତ୍ତଙ୍କ ଛୁରା ମାଡରେ ବ୍ୟବସାୟୀ ଗୁରୁତର Posted on 23/06/201923/06/2019 by NTP Bureau Report କେନ୍ଦ୍ରାପଡା :(ଏନ ଟି ପି) ପଟ୍ଟାମୁଣ୍ଡାଇ ଭରତପୁର ନିକଟରେ ଛୁରା ମାଡ଼ ! ସିଙ୍ଗିରିରୁ ଦୋକାନ ବନ୍ଦ କରି ଫେରୁଥିବାବେଳେ କେହି ଦୁର୍ବୃତ୍ତ ଏଭଳି ଘଟାଇଥିବା ସୂଚନା ! ଆହତ ବ୍ୟକ୍ତି ପଟ୍ଟାମୁଣ୍ଡାଇ ମେଡିକାଲ ରେ ଭର୍ତ୍ତି ! ଆହତ ବ୍ୟକ୍ତି ନିରାକାର ନାୟକ !ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଭରତପୁର ଗାଁ ନିକଟରେ ଜଣେ ବ୍ୟବସାୟୀଙ୍କୁ ଛୁରୀ ଭୁଷି ଲହୁଲୁହାଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତମାନେ । ପଟ୍ଟାମୁଣ୍ଡାଇ ଥାନା ପୋଖରିଆପଡା ଗାଁର ନିରାକାର ନାୟକ ନାମକ ଜଣେ ୭୩ ବର୍ଷିୟ ବୃଦ୍ଧଲୋକ ଆଳି ଥାନା ସିଙ୍ଗିରୀ ବଜାରରେ ଥିବା ତାଙ୍କର ତେଜରାତି ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରିବା ବେଳେ ଦୁଇଜଣ ଦୁର୍ବୁର୍ତ୍ତ ଭରତପୁର ଗାଁ ନିକଟରେ ଥିବା ଏକ ନିରୋଳା ସ୍ଥାନରେ ବାଇକଟିକୁ ଅଟକାଇ ନିରାକାରଙ୍କୁ ଟଙ୍କା ମାଗିଥିଲେ । ନିରାକାର ମନାକରିବାରୁ ଦୁର୍ବୁର୍ତ୍ତ ମାନେ ନିରାକାରଙ୍କୁ ଛୁରୀରୈ ଭୁଷି ରକ୍ତାକ୍ତ କରି ନଗଦ ୭୬୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟି ନେଇଛନ୍ତି । ରକ୍ତ ଜୁଡୁବୁଡୁ ନିରାକାର ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଥାନାରେ ଏକ ଅଭିଯୋଗ କରିଛନ୍ତି ନିରାକାର । ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ଥାନା ଓ ଆଳି ଥାନା ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇନି ପୋଲିସ । ବ୍ୟସ୍ତ ବହୁଳ ଏହି ରାସ୍ତାରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ଲୋକମାନେ ବିଭିନ୍ନ ବାଇକ ଓ କାରରେ ବିଳମ୍ବିତ ରାତିଯାଏ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ପୋଲିସ ପେଟ୍ରୋଲିଂ ଅଭାବରୁ ଲୁଟେରା ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି Share on FacebookTweetFollow usSave Post Views: 175
Odisha କନ୍ଧମାଳ:ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ […]
Odisha କରୋନା ପାଇଁ ବର୍ଷକର ବିଧାୟକ ପାଣ୍ଠି ଦାନ କଲେ ବବି NTP Bureau Report 26/03/2020 0 ଯାଜପୁର(ଏନଟିପି) କରୋନାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।କରୋନା ପାଇଁ ପ୍ରଧାନ ମନୀରି ସମଗ୍ର ଦେଶକୁ ୨୧ଦିନ ଯାଏଁ ଲକ ଡାଉନ କରିଲେ। କରୋନା ଭାଇରସ ଦିନକୁ ଦିନ ନିଜ ଅଦୃଶ୍ୟ କାୟା ବିସ୍ତାର […]
Odisha ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ * NTP Bureau Report 17/02/2020 0 ➡️ବନ୍ତ(ଏନ.ଟି.ପି)- ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ […]