ନାଲକୋ ର ୪୦ ତମ ପ୍ରତିଷ୍ଠା ଦିବସ

ଅନୁଗୋଳ (ଏନଟିପି):

ଅନୁଗୋଳ ନବରତ୍ନ କମ୍ପାନୀ ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଚାଲିବ l ଏଥିପାଇଁ ନାଲକୋ ଟାଉନ ସିପ ମୀନା ବଜାର ପଡିଆ ଠାରେ ଅନୁଷ୍ଠିତ ହୋଇଛି l ଏସ୍ ଆଣ୍ଡ ପି କମନ୍ ୱେଲ ଫେୟାର ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରଣବ କୁମାର ଦାସ ଚିଫ କମିଶନର (ଇନ୍କମ୍) ଟ୍ୟାକ୍ସ, ମୁଖ୍ୟ ବକ୍ତାଭାବେ ପୂର୍ବତନ ଇ ଡି ଉମାବଲ୍ଲଭ ପଟ୍ଟନାୟକ,ନାଲକୋ ଇଡି ମନସା ପ୍ରସାଦ ମିଶ୍ର,ଏସ ଆଣ୍ଡ ପି ର ଜି ଏମ ସତ୍ୟାନନ୍ଦ ସାହୁ ପ୍ରମୂଖ ଯୋଗ ଦେଇଥିଲେ l ୮ ତାରିଖ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଛି ସାସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ହାସ୍ୟ ଅଭିନେତା ପପୁ ପମ୍ ପମ୍, ଶିଙ୍ଗର ନାବ୍ୟl ଯାଇଟି, ଟ୍ୱିଙ୍କଲ, ସମ୍ରାଟ ଚକ୍ରବର୍ତ୍ତୀ, ଅଜିତ, ସୁନୀଲ ପଟ୍ଟନାୟକ, ଓ ଆଙ୍କର ଅଙ୍କିତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛିl ଏହା ସହିତ ବିଭିନ୍ନ ନାଚ ଗୀତ ର କାର୍ଯ୍ୟକ୍ରମ ରହିଛି ।ନାଲକୋ ର ପ୍ରତିଷ୍ଠା ଦିବସ୍ରେ ଥିଲେ ଭରପୁର ଦର୍ଶକ ଏହାର ଉପଭୋଗ କରିଥିଲେ।ଶିଶୁ କଳାକାରଙ୍କ ନୃତ୍ୟ,ଓଡିଶୀ ଦର୍ଶକକୁ ବେଶ ବିଭୋର କରିଥିଲା।ଏହି କାର୍ଯ୍ୟକ୍ରମରେ ନାଲକୋ କର୍ମଚାରୀ ଙ୍କ ସହ ବୁଦ୍ଧିଜୀବୀ ଅଞ୍ଚଳବାସୀ ବେଶ ଉପସ୍ଥିତ ରହି ବେଶ ଉପଭୋଗ କରିଥିଲେ।
Follow by Email
WhatsApp