ବୁଢ଼ାପଙ୍କ ପଞ୍ଚାୟତ ବିଦ୍ୟାଳୟ ର ଭୂମି ପୂଜନ କଲେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୋଳ(ଏନ ଟି ପି):

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୁଢ଼ାପଙ୍କ ଠାରେ ମୋ ସ୍କୁଲ ଅଭିଯାନ ଯୋଜନାରେ ସ୍କୁଲ ଉନ୍ନତିକରଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ଏହା ଦ୍ୱାରା ସ୍କୁଲର ସମ୍ପୂର୍ଣ୍ଣ ଉନ୍ନତିକରଣ ଓ ଭିତ୍ତିପ୍ରସ୍ତର ସୁଦୃଢ ହୋଇପାରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ଭୋଇ, ୨୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଶେଷଦେବ ବେହେରା, ୨୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମଞ୍ଜୁଲତା ସାହୁ, ବଅଁରପାଳ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ନାଥ, ଯୁବନେତା ଅରୁଣାଭ ସିଂହ, ବିଜେଡ଼ି ନେତା ଶ୍ରୀ ବାଉରୀବନ୍ଧୁ ସାହୁ, ୨୮ ନଂ ଯୋନ ପର୍ଯ୍ୟବେକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଟ୍ଟନାୟକ, ବଅଁରପାଳ ବ୍ଲକ ଛାତ୍ର ବିଜେଡି ସଭାପତି ସୌମ୍ୟରଞ୍ଜନ ବେହେରା, ସରପଞ୍ଚ ,ସ୍ଥାନୀୟ ଗ୍ରାମବାସୀ ଓ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ।

Follow by Email
WhatsApp