ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲାପ୍ରସାଶନର ବୈଠକ Posted on 28/02/201928/02/2019 by NTP Bureau Report ଅନୁଗୋଳ (ଏନଟିପି): ଅନୁଗୁଳ ଜିଲ୍ଲାରେ ଆସନ୍ତା ନିର୍ବାଚନ କୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ସହ ଏହାର ସୁପରିଚାଳନା ସମ୍ପର୍କରେ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି କୁ ନେଇ ଏକ ବୈଠକ ରାଜନୈତିକ ଦଳ ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଜିଲ୍ଲା କାର୍ଯ୍ୟାଳୟ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲାପାଳ ନିର୍ବାଚନ ଘୋଷଣା ହେବା ପରେ ନିର୍ବାଚନ କମିଶନଙ୍କ ଦ୍ଵାରା ପ୍ରଣୀତ ଆଦର୍ଶ ଆଚରଣ ବିଧି ର କଡାକଡି ପାଳନ କରିବା ପାଇଁ ଗୁରୁତ୍ୱ ଦେଇଥିଲେ।ନିର୍ବାଚନ ଘୋଷଣା ହେବାର ଚବିଶ ଘଣ୍ଟା ମଧ୍ୟରେ ସମସ୍ତ ପ୍ରକାର ପ୍ରଚାର ହୋର୍ଡିଂ ହଟାଇବା, ନିର୍ବାଚନ ଖର୍ଚର ହିସାବ ରେଜିଷ୍ରର ରେ ଲିବିବଧ କରିବା, ବୃଦ୍ଧ ଓ ଭିନ୍ନକ୍ଷମ ଭୋଟର ମାନଙ୍କୁ ଅଗ୍ରଧିକାର ଭିତିରେ ଭୋଟ ଦେବାକୁ ସହାୟତା କରିବା, ଭୋଟ ଦେବାକୁ ସଚେତନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।ଆଚରଣ ବିଧି ଲାଗୁ ହେବା ପରେ କୌଣସି ରାଜନୈତିକ ଦଳ ବା ଏଜେଣ୍ଟ ଭୋଟର ମାନଙ୍କୁ ପ୍ରଲୋଭିତ କରି ପାରିବେ ନାହିଁ, ଲିଙ୍ଗଗତ ଓ ଜାତିଗତ ବିଭେଦ ବା ଘୃଣା ସୃଷ୍ଟି କରିବା କାର୍ଯ୍ୟ କରି ପାରିବେ ନାହିଁ, ଜନ ମଙ୍ଗଳ ଯୋଜନାର ପ୍ରଚାର ହୋଇ ପାରିବ ନାହିଁ, ରାଜନୈତିକ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ଥିବା ପ୍ରତିନିଧି ସରକାରୀ ଅତିଥି ଭବନ ବା ଡାକ ବଙ୍ଗଳା ରେ ରହି ପାରିବେ ନାହିଁ, ଡାକ ବାଜି ଯନ୍ତ୍ର ବ୍ୟବହାର କରିବା ପାଇଁ ଆଗୁଆ ଅନୁମତି ନେବାକୁ ହେବ ଓ ଧାର୍ମିକ ଚିହ୍ନ ଥାଇ ପ୍ରଚାର ପତ୍ର ଛପା ଯାଇ ପାରିବ ନାହିଁ। ନିର୍ବାଚନ ଆଚରଣ ବିଧି ଉଲଂଘନ ବିଷୟରେ ଆର ଓ, ପର୍ଯ୍ୟବେକ୍ଷକ ଓ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।ରାଜନୈତିକ ଦଳ ମାନଙ୍କ ଦ୍ଵାରା ଡ଼ାକବାଜି ଯନ୍ତ୍ର ବ୍ୟବହାର କୁ ନେଇ ଆବଶ୍ୟକ ସାମଗ୍ରୀ ର ଏକ ନିର୍ଧାରିତ ଦର ସମ୍ପର୍କରେ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଛି ଓ ଇ ଭି ଏମ ଏବଂ ଭି ଭି ପାଟ ର କାର୍ଯକାରିତା ଓ ବ୍ୟବହାର ସମ୍ପର୍କରେ ରାଜନୈତିକ ଦଳ ର ପ୍ରତିନିଧି ମାନେ ନିଜେ ପ୍ରଦର୍ଶନ କରିଥିଲେ। Share on FacebookTweetFollow usSave Post Views: 225
Odisha ହଟିଲା ରାସ୍ତା ଅବରୋଧ, ଗାୟତ୍ରୀ ର ରାସ୍ତା କାମ ଆରମ୍ଭ NTP Bureau Report 01/02/2019 0 ଅନୁଗୋଳ (ଏନଟିପି) ଗାୟତ୍ରୀ ଅଫିସ କୁ ବାଡ଼ ବନ୍ଦୀ କରିବା ସହ ରାସ୍ତା ଖୋଳି ୩ ଦିନ ଧରି ରାସ୍ତା ଅବରୋଧ କରିଥିଲେ କ୍ଷତିଗ୍ରସ୍ତ ପ୍ରଜା ।କେଉଁ ଉଦ୍ଧେଶ୍ୟରେ ରାଷ୍ଟ୍ରର ହିତ ପାଇଁ କରୁଥିବା […]
Odisha ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ , ୫ ଗିରଫ NTP Bureau Report 12/03/2020 0 ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେରର ଏକ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ କୋଲିୟରି ପୋଲିସ କାବୁ କରିଛି । ଖବର ନେବାରେ ଜଣାପଡିଛି ୧୧ […]
Odisha ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍ NTP Bureau Report 31/08/2024 0 ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଆଶିର୍ବାଦ ଓଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର୩୧ ଅଗଷ୍ଟ ୨୦୨୪ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ […]