ନୂଆଦିଲ୍ଲୀ(ଏନଟିପି):
ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ ପରିସର ଓ ମାର୍କେଟ କମ୍ପ୍ଲେକ୍ସରେ ପଞ୍ଜିକୃତ ସମସ୍ତ ଦୋକାନ ଖୋଲା ରହିବ ।
ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ଏବଂ ଛାଡ଼ି ଅଲଗା ହୋଇ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ସର୍ତ୍ତ ହେଉଛି ଦୋକାନର କର୍ମଚାରୀ ସଂଖ୍ୟା ୫୦% କମ୍ ରହିବ। ସମସ୍ତେ ମାସ୍କ ପିନ୍ଧିବେ ଓ ଲୌକିକ ଦୂରତା ବଜାୟ ରଖିବେ।
