ବିଧାନସଭାରେ ଆଗତ ହେବ ବଜେଟ,ଏଥର ଫୋକସରେ କାଳିଆ,ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଏନ ଟି ପି) : (ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ)

ଆଗତ ହେବ ଲୋକାଭିମୁଖୀ ବଜେଟ :

ବଜେଟକୁ ଆଉ ମାତ୍ର ଗୋଟିଏ ଦିନ।ଆସନ୍ତା ୨୮ରେ ବିଧାନସଭାରେ ଆସିବ ବଜେଟ । ୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ଲୋକାଭିମୁଖୀ ଓ ସବୁବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟ ହେବ। ତେଣୁ ଚାଷୀରୁ ଶ୍ରମିକ, ଶିକ୍ଷାରୁ ସ୍ୱାସ୍ଥ୍ୟ, ମହିଳାରୁ ଯୁବ ସବୁ ବର୍ଗ ଓ କ୍ଷେତ୍ରରେ ବ୍ୟୟ ବରାଦ ବଢିପାରେ। ଏଥର ଫୋକସରେ ରହିଛି କାଳିଆ, ନିଜସ୍ୱ ଖାଦ୍ୟ ସୁରକ୍ଷା, କୃଷି ଓ ଜଳ ସେଚନ, ମିଶନ ଶକ୍ତି ଭଳି ଯୋଜନା।ଦିନକ ପରେ ଆଗତ ହେବ ୨୦୧୯-୨୦ ପାଇଁ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଥର ପାଇଁ ଗୃହରେ ବଜେଟ ଉପସ୍ଥାପନ କରିବେ। ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ହେବ। କୃଷି, ଜଳସେଚନ ଉପରେ ଗୁରୁତ୍ୱ । ଏଥର ବଜେଟରେ ଫୋକସରେ ରହିବ କାଳିଆ ଯୋଜନା। ଏଥର ପ୍ରାୟ ୬ହଜାର କୋଟି ଟଙ୍କା ବ୍ୟୟ ବରାଦ ହେବା ଅନୁମାନ କରାଯାଉଛି। ପୂର୍ବରୁ ପ୍ରାୟ ୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ଥିଲା।

ଫୋକସରେ କାଳିଆ ,ମହିଳାଙ୍କ ସାମାଜିକ ସୁରକ୍ଷା ଉପରେ ଦିଆଯିବ ଗୁରୁତ୍ୱ :

ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ କେତେ ବ୍ୟୟ ବରାଦ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।ବାତ୍ୟା ଫନିରେ ପୁରୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକ ବ୍ୟୟ ବରାଦ କରାଯିବ। ସେହିପରି ଫୋକସରେ ମହିଳା ସଶକ୍ତୀକରଣ ରହିବ। ସୃଷ୍ଟି ହୋଇପାରେ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ। ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦର ମହକୁମାରେ ମିଶନ ଶକ୍ତି ଭବନ ନିର୍ମାଣ, ମିଶନ ଶକ୍ତି ଅଧିନରେ ମହିଳା ଏସଏଚଜି ଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଯୋଗାଇବାକୁ ଯୋଜନା ରହିଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ତେଣୁ ମିଶନ ଶକ୍ତିରେ ବ୍ୟୟ ବରାଦ ବଢିପାରେ ବୋଲି ଆଶଙ୍କା।

ଆରମ୍ଭ ହେବ ମେଟ୍ରୋ ରେଳ ସେବା :

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନେଇ ଆଲୋଚନା ଆରମ୍ଭ ହୋଇଛି।ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ବ୍ୟୟବରାଦ ହେବ ତା ଉପରେ ରହିଛି ନଜର। ଏହାସହ ସରକାର ଖାଲି ପଡିଥିବା ଡାକ୍ତରୀ ପଦବୀ ପୁରଣ ପାଇଁ ଉଦ୍ୟମ କରୁଛନ୍ତି। ତେଣୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧ୍ୟ ଅଧିକ ବ୍ୟୟ ବରାଦ ହୋଇପାରେ।ବିଜୁ ଏକ୍ସପ୍ରେସ ୱେ, ସ୍ମାର୍ଟ ସିଟି, ପୁରୀକୁ ଐତିହ୍ୟ ସହର କରିବା, କ୍ରୀଡା ଭିତ୍ତିଭୂମିର ବିକାଶ ଆଦି ନେଇ ବ୍ୟୟବରାଦ ବଢିପାରେ। କଟକ- ଭୁବନେଶ୍ୱରର ମେଟ୍ରୋ ରେଳ ସେବା ପାଇଁ ଡିପିଆର ବାବଦରେ ବ୍ୟୟ ବରାଦ ହୋଇପାରେ।
ବଜେଟ ଟି ସାଧାରଣ ବର୍ଗଙ୍କ ପାଇଁ।ଲୋକାଭିମୁଖୀ ବଜେଟ ବୋଲି ଆଶା।ବିଶେଷ କରି କାଳିଆ,ମହିଳାଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିବେ।

ସାଧାରଣ ବଜେଟକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ।. Twitter : @Newstimepro Mailid: newstimepro123@gmail.com

Follow by Email
WhatsApp