ଲକ ଡାଉନ ସମୟରେ ମହଙ୍ଗା ପଡିଲା ବେଆଇନ ମଦ ବିକ୍ରି; ମଦ ବ୍ୟବସାୟୀ ସମେତ ୪୩ ଜଣଙ୍କୁ ଗିରଫ କଲା ଅନୁଗୋଳ ପୋଲିସ

ଅନୁଗୋଳ(ଏନଟିପି):

ମହଙ୍ଗା ପଡିଲା ଲକ ଡାଉନ ସମୟରେ ବେଆଇନ ମଦ ବିକ୍ରି।ପୋଲିସ ଜାଲରେ ପଡିଲେ ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀ ।ଅନୁଗୋଳ ସହରର କରଡ଼ାଗାଡ଼ିଆ ଠାରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି। ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁସାରେ କରୋନା ମହାମାରୀ ପାଇଁ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଏହି ସମୟରେ ମଦ ପ୍ରସ୍ତୁତ ଓ ବିକ୍ରି ଉପରେ କଟକଣା ଲଗା ଯାଇଛି । ତେବେ ଏହି କଟକଣାକୁ ବେଖାତିର କରି ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ବେଆଇନ ଭାବେ ମଦ ପ୍ରସ୍ତୁତ କରି ବିକ୍ରି କରା ଯାଉଥିଲା ।

ଖବର ପାଇ ଅନୁଗୋଳ ଏସ୍‌ଡିପିଓ,ଥାନା ଅଧିକାରୀ ସଦଳବଳ ଚଢାଉ କରିଥିଲେ । ଚଢାଉ ବେଳେ ସେଠାରୁ ୪୪୪୦ ଲିଟର ଦେଶୀ ମଦ , ୬ ହଜାର ଲିଟର ପୋଚ ଜବତ କରିଥିଲା । ଏହା ସହ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ସେଠାରେ ଥିବା କର୍ମଚାରୀ ଏବଂ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୮ ଟି ମୋଟରସାଇକେଲ , ୨୧ ଟି ମୋବାଇଲ ଗୋଟିଏ ଅଟୋ ଏବଂ ଗୋଟିଏ ଫୋର୍ଡ ଏଣ୍ଡିଆ ଭୋର ଗାଡି ଜବତ କରିଥିଲା ।  

Follow by Email
WhatsApp