ରାଜ୍ୟସରକାର କଣ ନେଲେ ବଳିଷ୍ଠ ପଦକ୍ଷେପ ପଢ଼ନ୍ତୁ ପୁରା ରିପୋର୍ଟ

ଭୁବନେଶ୍ୱର(ଏନଟିପି):

ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଅଗଷ୍ଟ ୧୫ରୁ ଘରେ ପହଞ୍ଚିବେ ସରକାର । ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ଘର ପାଖରେ ସେବା ଯୋଗାଇ ଦେବେ ସରକାର । ଅନଲାଇନରେ ଲୋକଙ୍କୁ ମିଳିବ ସମସ୍ତ ସେବା । ଆଜି ରାଜ୍ୟପାଳଙ୍କ ବଜେଟ ଅଧିବେଶନ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଶିଳ୍ପାୟନ ପାଇଁ ବଳିଷ୍ଠ ପଦକ୍ଷେପ ନିଆଯିବ । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏପ୍ରିଲ ପହିଲାରୁ ଶ୍ରମିକଙ୍କ ମଜୁରୀକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର ଡେଡଲାଇନ୍‌ ରହିଛି । ସେହିପିର ମାର୍ଚ୍ଚ ୫ରୁ ସମସ୍ତ ବିଭାଗ ମୋ ସରକାର ଅଧୀନକୁ ଆସିବ । ସେ କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମାଇ ପାରିଛୁ ।

ସର୍ବସମ୍ମତି କ୍ରମେ ବିଧାନସଭାରେ ପାରିତ ହେଲା ଓବିସି କମିସନ ସଂଶୋଧନ ବିଲ,ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ କରିବେକମିସନ ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ ପାରିତ। ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ କରିବେ କମିସନ। ପଛୁଆବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ବିଲ ଆଗତ କରିଥିଲେ । ଗତ ୯୦ବର୍ଷ ଧରି ପଡ଼ିରହିଥିବା ଏହି ବିଲ୍‌କୁ ମାତ୍ର ଦେଢଘଣ୍ଟାରେ ସର୍ବସମ୍ମତି କ୍ରମେ ବିଧାନସଭାରେ ଗୃହୀତ ହୋଇଛି । ରାଜ୍ୟରେ ପଛୁଆବର୍ଗଙ୍କ ସ୍ଥିତି ଜାଣି ବିକାଶ ପଦକ୍ଷେପ କ୍ଷେତ୍ରରେ ଏହା ତଥ୍ୟ ବହୁ ଉପଯୋଗୀ ହେବ ବୋଲି କୁହାଯାଇଛି। ୧୯୩୧ରେ ଶେଷଥର ପାଇଁ ଏହି ସର୍ବେର୍କ୍ଷଣ ହୋଇଥିଲା। ୨୦୧୧ରେ ସାମାଜିକ-ଅର୍ଥନୈତିକ ଏବଂ ଜାତିଭିତ୍ତିକ ଜନଗଣନା ହୋଇଥିଲା। ତେବେ ୨୦୧୭ରେ କେନ୍ଦ୍ର ସରକାର ଏହି ତଥ୍ୟର ଏକ ଅଂଶ ମାତ୍ର ପ୍ରକାଶିତ କରିଥିଲେ। ୨୦୨୧ରେ ହେବାକୁ ଥିବା ଜନଗଣନାରେ ପଛୁଆବର୍ଗଙ୍କ ଜନଗଣନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ସେପଟେ ରାଜ୍ୟର ପଛୁଆବର୍ଗଙ୍କ ସର୍ବେକ୍ଷଣ ପାଇଁ ଗତ ୧୨ତାରିଖରେ ଅବସରପ୍ରାପ୍ତ ଜଷ୍ଟିସ ରଘୁବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପଛୁଆବର୍ଗ କମିସନ ଗଠନ କରାଯାଇଛି। ଏହାସହ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସର୍ବେକ୍ଷଣ ପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।
Follow by Email
WhatsApp