କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’କୁ ଲୋକାର୍ପିତ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର(ଏନଟିପି):

ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଅଁଳା ତୋଟା’ ରବିବାର ଦିନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାୟୁଡୁ ରାଜଭବନଠାରେ ଲୋକାର୍ପିତ କରିଛନ୍ତି । ଏହି ଲୋକାର୍ପଣ ସମୟରେ ରାଜ୍ୟପାଳ ଗଣେଶି ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତେ ମିଳିମିଶି କିପରି ଭାବେ ଏକ ଦୁର୍ଗମ ପଛୁଆ ଅଞ୍ଚଳକୁ ବିକଶିତ କରି ପାରିଛନ୍ତି,ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଏହି ଉପନ୍ୟାସରେ ଦୁର୍ଗମ,ପଥୁରିଆ,ନିପାଣିଆ ଗାଁ ଦୁଇ ଭଉଣୀଙ୍କ ଉଦ୍ୟମରେ ବିକାଶର ଶୀର୍ଷରେ ପହଞ୍ଚି ପାରିଛି । ଦୁଇ ଭଉଣୀଙ୍କ ପରି ସାମାଜିକ ସମ୍ବେଦନ ରଖୁଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ଜମିଦାର ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଉଦ୍ୟମ ଓ ଏହାସହ ଗାଁର ଆର୍ଥିକ ବିକାଶ ଜନ ଭାଗିଦାରୀ ଆଧାରରେ କିପରି ଜନଆନ୍ଦୋଳନରେ ପରିଣତ ହୋଇଛି ତାହା ଉକ୍ତ ଉପନ୍ୟାସରେ ନିଖୁଣ ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣିତ ହୋଇଛି ।‘ଯାଅଁଳା ତୋଟା’ ପୁସ୍ତକର ଲେଖକ ହେଉଛନ୍ତି କାଳନ୍ଦି ସାମଲଙ୍କ ସାମାଜିକ କାର୍ଯ୍ୟକର୍ତାଭାବେ ଉତ୍ସର୍ଗୀକୃତ ମନୋଭାବ ନେଇ ଆସିଥିବା ଉଦ୍ୟମର ଫଳଶ୍ରୁତି । ଜୀବନ ବଗିଚାର ଅଧାଫୁଟା କଢ଼ିକୁ ପ୍ରସ୍ପୁଟିତ କରିବାର ଆଭିମୂଖ୍ୟରେ ରଚିତ ଏହି ଉପନ୍ୟାସଟି ସାମାଜିକ ଅଙ୍ଗୀକାର ଓ ଅସ୍ମିତାର ଏକ ଜଳଛବି । 

ସମସ୍ତେ ମିଳିମିଶି କିପରି ଭାବରେ ଏକ ଦୁର୍ଗମ ପଛୁଆ ଅଞ୍ଚଳକୁ ବିକଶୀତ କରି ପାରିଛନ୍ତି ତାହା ଏହି ପୁସ୍ତକରେ ବର୍ଣ୍ଣିତ ।  ଏହିଉପନ୍ୟାସ ପାଠକୀୟ ଆଦୃତ ଲାଭ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Follow by Email
WhatsApp