ଛେଣ୍ଡିପଦା ରେ ବିଜେପିର ପ୍ରଚାର ଜୋରଦାର Posted on 28/03/201928/03/2019 by NTP Bureau Report ଛେଣ୍ଡିପଦା(ଏନ ଟି ପି): ଅନୁଗୋଳ ରେ ଅସହ୍ୟ ତାତି।ଗୋଟିଏ ପଟେ ତାତି ଅନ୍ୟପଟେ ନିର୍ବାଚନୀ ତାତି ବଢ଼ିଲାଣି।ଆରମ୍ଭ ହୋଇଗଲାଣି ପ୍ରଚାର।ଆଜିଅନୁଗୋଳ ଛେଣ୍ତିପଦା ନିର୍ବାଚନ ମଣ୍ଡଳିରେ ଭାଜପା ଲୋକସଭା ପାର୍ଥିଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।ଛେଣ୍ଡିପଦା ନିର୍ବାଚନ ମଣ୍ଡଳିରେ ଭାଜପାର ସମ୍ବଲପୁର ଲୋକସଭା ପାର୍ଥିଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି । ଭାଜପା ପକ୍ଷରୁ ସମ୍ବଲପୁର ଲୋକସଭା ପାର୍ଥି ନିତିଶ ଗଙ୍ଗଦେବ ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ଗସ୍ତ କରି ପାଟକୁମୁଣ୍ତା ଠାରୁ ଏକ ମଟରସାଇକେଲ ରାଲିରେ ଆସି ବାଗଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଲୋକମାନଙ୍କର ମୁଖ୍ୟ ପାଣି ଓ କୃଷି ପରି ରହିଥିବା ଅନେକ ମୈାଳିକ ସମସ୍ୟାର ରହିଛି ସେଗୁଡିକୁ ନିର୍ବାଚନରେ ଭାଜପା ବିଜୟଲାଭ କଲେ ନିଶ୍ଚିନ୍ତ ଏହାର ସମଧାନ କରିବେ ବୋଲି ଉଦବୋଧନରେ ପ୍ରକାଶ କରିଥିଲେ । ଛେଣ୍ତିପଦା ନିର୍ବାଚନ ମଣ୍ତଳିର ଭାଜପା ବିଧାୟକ ପାର୍ଥି ଅଗସ୍ତି ବେହେରା ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ କର୍ମି ମାନଙ୍କୁ ଅବଗତ କରିବା ସହିତ ଦଳର ସଙ୍ଗଠନକୁ ମଜବୁତ କରି ଦଳକୁ ବିଜୟୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ପାତ୍ରପଡା ଗସ୍ତ କରିବା ସହିତ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ସମବେଦନା ଜଣାଇଥିଲେ ।ଏହା ପରେ ଛେଣ୍ଡିପଦା ପଞ୍ଚାୟତ ଗସ୍ତକରି ନିର୍ବାଚନି ପ୍ରଚାର କରିଥିଲେ ।ଏହି ନିର୍ବାଚନ ପ୍ରଚାରେ ଭାଜପାର ଏକ ହଜାରରୁ ଉର୍ଦ୍ଧ୍ବ ଭାଜପା କର୍ମି ଯୋଗ ଦେଇଥିଲେ । Share on FacebookTweetFollow usSave Post Views: 468
Political Tadka ବାରିପଦା ଗଡ଼ ହାତେଇବ କିଏ ? NTP Bureau Report 29/04/2019 0 ବାଜିରେ ଲାଗିଛି ବାରିପଦା! ଭୋଟ୍ ଦେଉଛନ୍ତି ମତଦାତା, ନିଜ ଅଞ୍ଚଳର ସିପାହୀ ପାଇଁ କାହାକୁ ବାଛିବେ ଜନତା ? ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ । ମତ ସାବ୍ୟସ୍ତ କରି ନେତା ବାଛିବାକୁ ପୁଲିଂ […]
Political Tadka Odisha ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 06/08/2022 0 ନୂଆଦିଲ୍ଲୀ(ଏନଟିପି): ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା • ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ବୁଷ୍ଟର ଡ଼ୋଜ୍ ନେବା ପାଇଁ ପରାମର୍ଶ• ଓଡ଼ିଶାର ୮୭ ପ୍ରତିଶତ ନାଗରିକ […]
Odisha NATIONAL Political Tadka Holi congratulates the leader, find out who said what? NTP Bureau Report 29/03/2021 0 Bhubaneswar(NewsTimePro): The whole country is celebrating Holi today. Holi is celebrated with much fanfare across the country. Many senior leaders of the country and the […]