ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ କ୍ଷତି ସହିବେ ମତ୍ସ୍ୟଚାଷୀ : ତାରା ପଟ୍ଟନାୟକ

ଭୁବନେଶ୍ୱର(ଏନଟିପି):

କରୋନା ଭଳି ମହାମାରୀ ରୁ ବର୍ତ୍ତିବାକୁ ହେଲେ ଘରେ ରହିବାକୁ ହେବ।ଘରେ ରହିଲେ ସୁସ୍ଥ ରହିପାରିବେ।ଘରେ ରହି କରୋନା ଭୁତାଣୁ ସହ ଲଢ଼େଇକରାଯାଇପାରିବ।ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଥିଲେ।ଓଡିଶା ସରକାର ଏହି ଅବଧି କୁ ଏପ୍ରିଲ ୩୦ ଯାଏଁ ବଢ଼େଇଛନ୍ତି।
କେନ୍ଦ୍ର ସରକାର ମାଛ ଚାଷ,ମାଛ ଅମଳ,ଚିଙ୍ଗୁଡ଼ି ଅମଳ,ମାଛ ଫ୍ୟାକ୍ଟ୍ରି ର ପରିଚାଳନା କାର୍ଯ୍ୟ କୁ ଲକ ଡାଉନ କଟକଣା ରୁ ବାଦ କରିଛନ୍ତି କେନ୍ଦ୍ର ସରକାର।
ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା। ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଫାଲକନ୍‌ ମେରାଇନ୍‌ ମୁଖ୍ୟ ତାରା ପଟ୍ଟନାୟକ। ସେ କହିଛନ୍ତି ମତ୍ସ୍ୟ ଚାଷୀଙ୍କ ପ୍ରତି ସରକାର ଧ୍ୟାନ ଦିଅନ୍ତୁ। ଏବେ ପ୍ରୋସେସିଂ ଫ୍ୟାକ୍ଟ୍ରିକୁ ଶ୍ରମିକ ଆସୁନାହାନ୍ତି। ଯେଉଁଥିପାଇଁ ଫ୍ୟାକ୍ଟ୍ରି ଚାଲିବା ମୁସ୍କିଲ ହୋଇପଡ଼ିଛି। ଚିଙ୍ଗୁଡ଼ି ଚାଷ କରୁଥିବା ଚାଷୀଙ୍କ ମାଲ୍‌ ମେ ମାସ ସୁଦ୍ଧା ବାହାରିବ। ସେତେବେଳକୁ ତାଙ୍କ ପାଖରେ ବରଫ ଓ ଅନ୍ୟାନ୍ୟ ଜିନିଷ ପହଞ୍ଚିବା ଦରକାର। ପ୍ରଶାସନ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ମତ୍ସ୍ୟଚାଷୀ କ୍ଷତିଗ୍ରସ୍ତ ହେବେ। ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେବେ।ଓଡିଶା ସରକାର ଏଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତାରା।

Follow by Email
WhatsApp