COVID19 ମୁକାବିଲା ପାଇଁ ଗାଁ ମହିଳାଙ୍କୁ ସଶକ୍ତ କରାଉଛି ଟାଟା ଷ୍ଟିଲ ବି ଏସ ଏଲ

ଢେଙ୍କାନାଳ(ଏନ ଟି ପି):

COVID19 ମୁକାବିଲା ପାଇଁ ଗାଁ ମହିଳାଙ୍କୁ ସଶକ୍ତ କରାଉଛି ଟାଟା ଷ୍ଟିଲ ବି ଏସ ଏଲ।ସିଲାଇ ତାଲିମପ୍ରାପ୍ତ ଏସ ଏଚ ଜି ମହିଳାଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୨୦,୦୦୦ ମାସ୍କ ପ୍ରସ୍ତୁତି ଲକ୍ଷ।

ମହାମାରୀ ସମୟରେ ସମଗ୍ର ବିଶ୍ୱ ଭୟଙ୍କର କରୋନା ଭୁତାଣୁ ସହ ଲଢ଼ୁଥିବା ସମୟରେ ଢେଙ୍କାନାଳ ରକିଛି ଗାଁ ରୁ ମହିଳା ମାନେ ଟାଟା ଷ୍ଟିଲ ବି ଏସ ଏଲ ସହାୟତାରେ ଏ ଦିଗରେ ପଦକ୍ଷେପ ପାଇଁ ଅଣ୍ଟା ଭିଡିଛନ୍ତି।କମ୍ପାନୀ ସହାୟତାରେ ଗୃହଲକ୍ଷ୍ମୀ କୋଅପରେଟିଭ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ହିନ୍ଦୋଳ ବ୍ଲକ ର ନୂଆଗାଁ,କୁରୁଣ୍ଟି,ଅସନବଣି ଗାଁ ର ପ୍ରାୟ ୨୦ ଜଣ ମହିଳା ମାସ୍କ ତିଆରି କାମରେ ନିଜକୁ ନିୟୋଜିତ କରିଛନ୍ତି।ଏହି ମହିଳା ମାନେ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ମାସ୍କ ତିଆରିର ଲକ୍ଷ ରଖିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ହଜାର ମାସ୍କ ତିଆରି କରିସାରିଛନ୍ତି।ଟାଟା ଷ୍ଟିଲ ବି ଏସ ଏଲ ପକ୍ଷରୁ ମାସ୍କ ତିଆରି ପାଇଁ କପଡା ଆଦି ସାମଗ୍ରୀ ଯୋଗାଇ ଦିଆଯାଇଛି।ମହିଳା ମାନେ ମାସକ ତିଆରି କରି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବାଣ୍ଟୁଛନ୍ତି।ସେହିପରି କମ୍ପାନୀ ତରଫରୁ ପ୍ଲାଣ୍ଟ ଆଖପାଖରେ ଥିବା ଢେଙ୍କାନାଳ ଜିଲ୍ଲାର କୁଷ୍ପଙ୍ଗି,ନୂଆଗାଁ,ଶିବପୁର,ମଙ୍ଗଳପୁର ଇତ୍ୟାଦି ପଂଚାୟତ ଓ ଅନୁଗୋଳ ଜିଲ୍ଲାର ନୂଆହାଟ ପଂଚାୟତର ଅଙ୍ଗନବାଡି କର୍ମୀ,କୋଭିଡ ୧୯ ଜରୁରୀ କାଳୀନ କାମରେ ନିୟୋଜିତ ପୋଲିସ ଅଧିକାରୀ ,ସ୍ୱାସ୍ଥ୍ୟକର୍ମୀ ,ସଫେଇ କର୍ମଚାରୀଙ୍କୁ ମଧ୍ୟ ବଣ୍ଟନ କରାଯାଇଛି।ଏ ସମ୍ପର୍କରେ ଗୃହଲକ୍ଷ୍ମୀ ସ୍ୱୟଂ ସହାୟକ ସଭାପତି ସବିତା ନାୟକ କୁହନ୍ତି ଯେ ବର୍ତମାନ ପରିସ୍ଥିତିରେ ମାସ୍କ ପିନ୍ଧିବା ଜରୁରୀ ।ଆମ ସ୍ୱୟଂ ସହାୟକ ଗୋଷ୍ଠୀକୁ ମାସ୍କ ପ୍ରସ୍ତୁତ କରିବା ପାଇଁ ଟାଟା ଷ୍ଟିଲ ବି ଏସ ଏଲ ସହଯୋଗ କରୁଛନ୍ତି।ଟାଟା ଷ୍ଟିଲ ବି ଏସ ଏଲ ମଧ୍ୟ ମହିଳା ସଶକ୍ତିକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛି।
Follow by Email
WhatsApp