କରୋନା ପାଇଁ ବର୍ଷକର ବିଧାୟକ ପାଣ୍ଠି ଦାନ କଲେ ବବି Posted on 26/03/202026/03/2020 by NTP Bureau Report ଯାଜପୁର(ଏନଟିପି) କରୋନାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।କରୋନା ପାଇଁ ପ୍ରଧାନ ମନୀରି ସମଗ୍ର ଦେଶକୁ ୨୧ଦିନ ଯାଏଁ ଲକ ଡାଉନ କରିଲେ। କରୋନା ଭାଇରସ ଦିନକୁ ଦିନ ନିଜ ଅଦୃଶ୍ୟ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଆମ ରାଜ୍ୟ ସବୁଠୁ ଘଡିଶନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ମୁଖ୍ୟମନ୍ତ୍ରୀ କରୋନା ଭାଇରସ ର ପ୍ରଭାବ କମ କରିବାକୁ ବିଭିନ୍ନ ପଦକ୍ଷପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିବା ସହ ସମସ୍ତ ବିଧାୟକ ଓ ସାଂସଦ ମାନକୁ ମଧ୍ୟ ତିନି ମାସର ଦରମା ଦାନ କରିବାକୁ କହିଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ସେହିପରି କରୋନାର ଭୟବହତାକୁ ଅନୁଭବ କରି ୨୦୨୦-୨୧ ଆର୍ଥିକ ବର୍ଷର ଆଞ୍ଚଳିକ ବିଧାୟକ ପାଣ୍ଠିକୁ କରୋନା ପାଇଁ ବିନିଯୋଗ କରିବାକୁ ଜିଲ୍ଲାପାଳଙ୍କୁ ସମସ୍ତ କ୍ଷମତା ଅର୍ପଣ କରିଥିଲେ । ଯାଜପୁର ବିଧାୟକ ବବି ଦାସ ଏକ ଚିଠି ଯୋଗେ ଜିଲ୍ଲାପାଳଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ଆଞ୍ଚଳିକ ବିଧାୟକ ପାଣ୍ଠିକୁ କରୋନା ପାଇଁ ବିନିଯୋଗ କରିବାକୁ କହିଛନ୍ତି । ବବି ଆହୁରି ମଧ୍ୟ କହିଛନ୍ତି ସମଗ୍ର ରାଜ୍ୟ ପରି ଯାଜପୁର ଜିଲ୍ଲା ମଧ୍ୟ କରୋନା ଭୁତାଣୁ ଠାରୁ ମୁକୁଳିବାକୁ ନିଜ ସଂଗ୍ରାମ ଜାରି ରଖିଛି । ତେଣୁ ଜିଲ୍ଲାରେ କୋରୋନା ଭାଇରସ ସତର୍କତା ଏବଂ ପ୍ରତିରୋଧ ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । Share on FacebookTweetFollow usSave Post Views: 347
Odisha ଘୋଷଯାତ୍ରା ସୁରକ୍ଷା ବୈଠକ ,କେଉଁ କେଉଁ ଦିଗ ଉପରେ ଦିଆଯାଇଛି ଗୁରୁତ୍ୱ NTP Bureau Report 19/06/2019 0 ଭୁବନେଶ୍ୱର (NTP): ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଘୋଷଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା […]
Business Odisha After Govt.Interference The NTPC,TTPS Plant Went On NTP Bureau Report 26/03/2021 0 Bhubaneswar(News Time Pro) The NTPC TTPS in Talcher, Anugul district, was closed on the 23rd and resumed today. One of the four units in the […]
Business Odisha JSPL: Team Extreme lifts Panther Crickfest Trophy 2022 NTP Bureau Report 14/12/2021 0 Angul(NewsTimePro): The inter-departmental mega cricket tournament organized by Jindal Officer Club (JOC) of Jindal Steel & Power Ltd (JSPL) concluded last evening. Team Extreme, comprising the […]