ଲକଡାଉନ ନ ମାନି ବାହାରକୁ ଆସିଥିବା ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖା ପ୍ଲାକାର୍ଡ ଧରାଇ ଉଠ ବସ କଲା ପୋଲିସ Posted on 25/03/202025/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): କମିଶନରେଟ ପୋଲିସ ଆଜି ବିନା କାମରେ ବାହାରକୁ ବାହାରକୁ ଆସିଥିବା ଲୋକଙ୍କୁ ଅଭିନବ ଉପାୟରେ ସଚେତନ କରିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲି କିଛି ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖାଥିବା ପ୍ଲାକାର୍ଡ ଧରାଇ ଲଜ୍ଜିତ କରାଇଛି। ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍ ଡାଉନ୍ ନିୟମ ଖିଲାପ କରିଥିବାରୁ ୧୩୭ ଜଣ ଓ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍ 19 ନିୟମାବଳୀ ଉଲଂଘନ ନେଇ ଅନ୍ୟ ୭ଟି ମାମଲା ମଧ୍ୟ ରୁଜୁ ହୋଇଛି । ଖବର ଅନୁଯାୟୀ ଜୟଦେବ ବିହାର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ପୋଲିସ ଲାଠିଚାର୍ଜ କରିଛି। ବିଜୁପଟ୍ଟନାୟକ କଲେଜ ନିକଟସ୍ଥ ଭଗବତୀ ମନ୍ଦିର ସମ୍ମୁଖରେ ଏହି ଲାଠିଚାର୍ଜ ହୋଇଥିବା ବେଳେ ୫ ଜଣ ଯୁବକଙ୍କୁ ବସ-ଉଠ କରାଯାଇଛି। କାରଣ ହେଲା କରୋନା ଭାଇରସ ପାଇଁ ସମଗ୍ର ଦେଶ ସହିତ ଓଡ଼ିଶାରେ ଲକଡାଉନ ଘୋଷଣା ଥିଲେ ମଧ୍ୟ ସଂପୃକ୍ତ ଯୁବକମାନେ ଅଯଥାରେ ବୁଲାବୁଲି କରୁଥିଲେ। ସେହିପରି ମନ୍ଦିର ନିକଟରେ ଥିବା ଏକ ଦୋକାନର ମାଲିକ ରାସ୍ତାରେ ଧଳା ରଙ୍ଗରେ ଗୋଲ ଆଙ୍କିଛନ୍ତି। ଏହି ଗୋଲ ଚିତ୍ରଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ରହିଛି। ଏହି ଗୋଲଗୁଡ଼ିକରେ ଗ୍ରାହକମାନେ ଛିଡ଼ା ହୋଇ ଦୋକାନରୁ ଜିନିଷପତ୍ର କିଣିବେ। ଏହିପରି ଭାବରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି। ରିପୋର୍ଟ : ସ୍ମୃତିଲିପି ସାହୁ,News Time Pro (Resident Editor) Share on FacebookTweetFollow usSave Post Views: 533
Odisha ଲକଡାଉନ ନିୟମକୁ ଫୁ..କର୍ଫ୍ୟୁ କୁ ମଧ୍ୟ ଫୁ…ରାତିରେ ଅନୁଗୋଳରେ ବସୁଛି ପରିବା ହାଟ ; କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ? NTP Bureau Report 15/05/2020 0 ଅନୁଗୋଳ(ଏନଟିପି): ଅନୁଗୋଳରେ ଲକଡାଉନ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ ।ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ କେତେ ସଚେତନ ଅଛନ୍ତି ।ସାମାଜିକ […]
Odisha KIIT R & D and Innovation DG Felicitated Smrutilipi 13/08/2022 0 BHUBANESWAR(NEWS TIME PRO): Dr. Mrutyunjay Suar, Director General, Research & Development and Innovation, KIIT Deemed-to-be University and CEO of KIIT-TBI has been felicitated by the […]
Odisha ଉଜ୍ଜ୍ଵଳା ଦିଦିସମାବେଶରେ ଯୋଗଦେଲେ କେନ୍ଦ୍ରପେଟ୍ରୋଲୀୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 23/02/2019 0 ଭୁବନେଶ୍ୱର(ଏନଟିପି): ଭୁବନେଶ୍ୱରରେ ଆୟୋଜିତ ବିଶାଳ ଉଜ୍ଜ୍ଵଳା ଦିଦିସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଜ୍ଜ୍ଵଳା ଦିଦି ଗୋଟେ ଅଭିଯାନ, ଆନ୍ଦୋଳନ,ସଂସ୍କୃତି ଓ ପରମ୍ପରା ହେବାକୁ ଯାଉଛି । ଭାରତ ତଥା ଓଡିଶାର […]