ଉଜ୍ଜ୍ଵଳା ଦିଦିସମାବେଶରେ ଯୋଗଦେଲେ କେନ୍ଦ୍ରପେଟ୍ରୋଲୀୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନଟିପି):

ଭୁବନେଶ୍ୱରରେ ଆୟୋଜିତ ବିଶାଳ ଉଜ୍ଜ୍ଵଳା  ଦିଦିସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଜ୍ଜ୍ଵଳା  ଦିଦି ଗୋଟେ ଅଭିଯାନ, ଆନ୍ଦୋଳନ,ସଂସ୍କୃତି ଓ ପରମ୍ପରା ହେବାକୁ ଯାଉଛି । ଭାରତ ତଥା ଓଡିଶାର ନାରୀ କିପରି ଆତ୍ମନିର୍ଭରଶୀଳ ହେବ ସବୁ ମୂଳରେ ଉଜ୍ଜ୍ଵଳା ସାମାଜିକ ପରିବର୍ତନର ମାଧ୍ୟମ ।ଜୀବନରେ କଷ୍ଟକୁ ଅଙ୍ଗେ ନିଭେଇ ବଡ ହୋଇଥିବା ମୋଦି ଦେଶର ଗରିବ ମା’ ମାନଙ୍କର କଷ୍ଟ ବୁଝି ଗରିବ କଲ୍ୟାଣ ପାଇଁ ଉଜ୍ଜ୍ଵଳା  ସମେତ ଆହୁରି ଅନେକ ଜନହୀତକର ଯୋଜନା କରିଥିବାରୁ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସମବେତ ଉଜ୍ଜ୍ଵଳା  ଦିଦିମାନେ ଶପଥ ନେଇଛନ୍ତି ।ଯେ ଦାରିଦ୍ରତାର କଷ୍ଟ ବୁଝିଛି, ସେ ଗରିବ ମା’ର କଷ୍ଟକୁ ବୁଝିପାରେ । ମା’ର ଆଖିରୁ ଧୂଆଁର କଷ୍ଟକୁ ଅଙ୍ଗେ ନିଭାଇ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ଦେଶର ୭ କୋଟି ଭଉଣୀମାନଙ୍କ ଆଖିରୁ ଲୁହ ପୋଛି ପାରିଛନ୍ତି ।ନରେନ୍ଦ୍ର ମୋଦି ଉଜ୍ଜ୍ଵଳା  ଯୋଜନାରେ ମାଆ ଭଉଣୀମାନଙ୍କୁ ତାକତ ଦେଲେ । କେବଳ ଉଜ୍ଜ୍ଵଳା  ନୁହେଁ, ମାଆ ଭଉଣୀଙ୍କ ସମ୍ମାନ ପାଇଁ ଇଜ୍ଜତ୍ ଘର ତଥା ଶୌଚାଳୟ ନିର୍ମାଣ ହେଲା । ଘରକୁ ବିଜୁଳି ଦେବା ସହ ୧ କୋଟି ୪୦ ଲକ୍ଷ ଘରେ ପକ୍କା ଛାତ ନିର୍ମାଣ କଲେ । ୨୦୨୨ ସୁଦ୍ଧା ଭାରତବର୍ଷରେ କେହି ଗରିବ ରହିବେ ନାହିଁ,ଯହାର ପକ୍କା ଘର ନଥିବ ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ।ପ୍ରଧାନମନ୍ତ୍ରୀ ଦେଶର ଗରିବୀ ଓ ଦାରିଦ୍ରତା ଦେଖିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା  ଯୋଜନା ମାଧ୍ୟମରେ ୧୩ ହଜାର କୋଟି ଟଙ୍କା ସରକାରୀ ଖର୍ଚ୍ଚରେ ୭ କୋଟି ମହିଳାଙ୍କ ଘରେ ଲୁହ ପୋଛିବାର ଯୋଜନା କରାଯାଇଛି । ଓଡିଶାରେ ୪୦ ଲକ୍ଷ ଘରେ ଉଜ୍ଜ୍ଵଳା  ପହଂଚିଲାଣି ।

Follow by Email
WhatsApp