ମୋଦି କହିଲେ କ ରୋ ନା ମାନେ କେହି ରାସ୍ତାକୁ ନ ବାହାରନ୍ତୁ,୨୧ ଦିନ ମାନନ୍ତୁ ନହେଲେ ଦେଶ ୨୧ ବର୍ଷ ପଛକୁ ପଳାଇବ : ପ୍ରଧାନମନ୍ତ୍ରୀ Posted on 24/03/202024/03/2020 by NTP Bureau Report ନୂଆଦିଲ୍ଲୀ(ଏନଟିପି): କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି। କହିଲେ ଜନତା କର୍ଫ୍ୟୂକୁ ଦେଶବାସୀ ସଫଳ କରିଛନ୍ତି। କରୋନାକୁ ମୁବାକିଲା କରିବା ପାଇଁ ଆବଶ୍ୟକ ସୋସିଆଲ ଡିଷ୍ଟାନ୍ସିଙ୍ଗ। ଆଜି ରାତି ୧୨ଟା ଠାରୁ ସାରା ଦେଶ ଲକଡାଉନରଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଆଜି ରାତି ୧୨ଟା ଠାରୁ ୨୧ ଦିନ ଯାଏଁ ସାରା ଦେଶ ଲକଡାଉନ , ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବାର କହିଲେ ମୋଦି ।କରୋନା : କେହି ରାସ୍ତାକୁ ନବାହାରନ୍ତୁ।ଦେଶକୁ ବଞ୍ଚାଇବାକୁ ହେଲେ ଲକ ଡାଉନ ଜରୁରୀ।କେହି ଘରୁ ବାହାରନ୍ତୁ ନାହିଁ।ମୋଦି କହିଲେ: କରୋନା ମାନେ ‘କୋଇ ରୋଡ଼ ପର୍ ନା ନିକଲେଁ’; ଆଜି ରାତି ୧୨ରୁ ଦେଶରେ ଲକଡାଉନ‘‘ଆଜି ରାତି ୧୨ଟାରୁ ସମଗ୍ର ଦେଶରେ ଲକଡାଉନ୍ ଲାଗୁ କରାଯାଉଛି । ମୁଁ ହାତ ଯୋଡ଼ି କହୁଛି ଯେ ପ୍ରତି ଭାରତୀୟ ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ,’’ କହିଛନ୍ତି ମୋଦି । କରୋନାକୁ ହରାଇ ଦେଶକୁ ଜିତାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ଭାଇରସ୍ ସମସ୍ୟା ଆଡ଼େ କିଛି ଲୋକଙ୍କ ଅବହେଳା ଓ କିଛି ଲୋକଙ୍କ ଭୁଲ ଚିନ୍ତାଧାରା ‘‘ଆପଣଙ୍କୁ, ଆପଣଙ୍କ ପିଲାମାନଙ୍କୁ, ପିତାମାତାଙ୍କୁ, ଆପଣଙ୍କ ପରିବାରକୁ, ଆପଣଙ୍କର ବନ୍ଧୁମାନଙ୍କୁ ଓ ସମଗ୍ର ଦେଶକୁ ଏକ କଠିନ ପରିସ୍ଥିତିରେ ପକାଇବ ।ଘରୋଇ ହସ୍ପିଟାଲ ଓ ପରୀକ୍ଷାଗାର ସରକାରଙ୍କୁ ସହଯୋଗ କରୁଛନ୍ତି । କୌଣସି ପ୍ରକାରର ଗୁଜବ ଓ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ।ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଲାଗି ପ୍ରୟାସ ଜାରି ରହିବ । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ଓ ସେବା ଯୋଗାଣ ବ୍ୟବସ୍ଥା । କୋରୋନା ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ। ରିପୋର୍ଟ : ସ୍ମୃତିଲିପି ସାହୁ ,ରେସିଡେଣ୍ଟ ଏଡିଟର ,News Time Pro Share on FacebookTweetFollow usSave Post Views: 434
Odisha ଜୁନିୟର ଅନୁଭବଙ୍କ ସ୍ୱାସ୍ଥ୍ୟ ବୁଝିଲେ ସିନିୟର ଅନୁଭବ NTP Bureau Report 11/01/2019 0 ଏନ ଟି ପି (କଟକ) କେନ୍ଦ୍ରାପଡ଼ାର ଏକ ଯାତ୍ରା ଦେଖି ଫେରୁଥିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା ଦୁର୍ଘଟଣାରେ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନୁଗୋଳ ଜିଲ୍ଲା ର ପରିଚିତ ତଥା ସମସ୍ତଙ୍କର […]
Odisha ନ୍ୟାୟ ଦାବୀରେ ଥାନା ଘେରିଲେ ଗ୍ରାମବାସୀ NTP Bureau Report 21/01/2019 0 ଅନୁଗୋଳ (ଏନଟିପି) ନାବାଳିକାକୁ ଅପହରଣ ପରେ ହତ୍ୟା ଘଟଣାରେ ତାତିଲେ ଗ୍ରାମବାସୀ। ରାସ୍ତା ରୋକ ଆନ୍ଦୋଳନ ପରେ ଥାନା ଘେରିଲେ ଗ୍ରାମବାସୀ।ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ନିବାସୀ ସରୋଜ ମହାରଣାଙ୍କ […]
Business Odisha Dr. Achyuta Samanta Appointed as Senior Adviser to the President of National Transition Council, Guinea NTP Bureau Report 25/08/2024 0 Bhubaneswar, 25 Aug: Eminent educationist and philanthropist Dr. Achyuta Samanta has been appointed as the Senior Adviser to the President of the National Council Transition […]