ଶେଷରେ ମୁଣ୍ଡ ନୁଆଁଇଲେ ରାଜ୍ୟସରକାର:ବିଜେପି

କଟକ/ଭୁବନେଶ୍ୱର, ତା.୧୬/୧୧: (ଏନଟିପି)
ଫନି ବାତ୍ୟାକୁ ୬ ମାସ ବିତିଥିଲେ ବି ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ଘରେ ଖଣ୍ଡେ ମିଳିନାହିଁ । କଟକ ଜିଲ୍ଲାରେ ଫନି ବାତ୍ୟା କ୍ଷତିଗସ୍ତଙ୍କୁ ଗୃହ ନିର୍ମାଣ କରାଇବା ନାଁରେ ବ୍ୟାପକ ଜାଲିଆତି ହୋଇଛି । ଏପରିକି ଘର ଭାଙ୍ଗିଥିବା ଲୋକଙ୍କ ତାଲିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗିଙ୍ଗ ପ୍ରସ୍ତୁତ ତାଲିକାରେ ବ୍ୟାପକ ଅନିୟମିତତା ହୋଇଛି । ଦଳୀୟ ଆଧାରରେ ଘର ବଂଟାଯିବାର ପ୍ରମାଣ ରହିଛି । ଏହା ବିରୁଦ୍ଧରେ ଜିଲ୍ଲା ବିଜେପି ନେତୃବୃନ୍ଦ ଆଜି କଟକ ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ଅନିୟମିତତାର ତଥ୍ୟ ପ୍ରମାଣ ରଖିଥିଲେ । ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ବିଜେପିର ନେତୃବୃନ୍ଦ ମାନେ ଅନଶନ କରିବା ସହ ଫନି ବାତ୍ୟା କ୍ଷତିଗସ୍ତ ସହାୟତା ପାଇଥିବା ଲୋକଙ୍କ ତାଲିକାକୁ ସାର୍ବଜନୀନ କରିବା, ପୁର୍ନବାର ସର୍ଭେ କରି ନୂତନ ତାଲିକା ପ୍ରସ୍ତୁତ କରିବା, ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗିଙ୍ଗ ତାଲିକା ସାର୍ବଜନୀନ କରିବା ଓ ପୁଣିଥରେ ସର୍ଭେ କରି ଗରୀବ ହିତାଧିକାରୀ ମାନଙ୍କୁ ଘର ଦେବା ପାଇଁ ଦାବି କରିଥିଲେ ।

ଶେଷରେ ୧୦ ଘଂଟାର ଅନଶନ ପରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇ ସମସ୍ତ ତାଲିକାକୁ ସାର୍ବଜନୀନନ କରିବାର ପ୍ରତିଶୃତି ଦେଇଛନ୍ତି । ଫନି ବାତ୍ୟା କ୍ଷତିଗସ୍ତ ସହାୟତା ପାଇଥିବା ଲୋକଙ୍କ ତାଲିକା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗିଙ୍ଗ ତାଲିକା ସାର୍ବଜନୀନ କରିବା ପାଇଁ ରାଜ୍ୟସରକାର ଲିଖିତ ଭାବେ ଦେବା ପରେ ଅନଶନ ଭଙ୍ଗ କରାଯାଇଛି ବୋଲି ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।

କେବଳ କଟକ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗିଙ୍ଗ ତାଲିକା ଦେଖାଦେଇଥିବା ଅନିୟମିତତା ଏବଂ ଉପକୂଳ ଓଡିଶାରେ ଫନିକ୍ଷତିଗସ୍ତ ଲୋକଙ୍କ ତାଲିକା ରାଜ୍ୟସରକାର ସାର୍ବଜନୀନନ କରନ୍ତୁ । ଏହା ସହ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ନିରପେକ୍ଷ ଭାବେ ଘର ବଂଟନ କରାଯାଉ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଦାବି କରିଛନ୍ତି ।

ଏହି ଧାରଣାରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଶାରଦା ପ୍ରଧାନ, ବଜେନ୍ଦ୍ର ରାୟ, ଶ୍ୁଭ୍ରାଂଶୁ ମୋହନ ପାଢୀ, ଛବି ମଲ୍ଲିକ, ବିଜୟ ଦଳବେହେରା, ସଦର ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ସାଲେପୁର ବ୍ଲକ ଅଧ୍ୟକ୍ଷା ମମତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Follow by Email
WhatsApp