ଗଞ୍ଜେଇ ,ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ଜବତ କଲା ପୋଲିସ Posted on 18/02/202018/02/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ପୋଲିସ ବେଆଇନ ଗଞ୍ଜେଇ ଏବଂ ଡ୍ରଗସ ବେପାରୀଙ୍କ ସମ୍ପତ୍ତି ଜବତ ଆରମ୍ଭ କରିଛି । ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଓ ଡ୍ରଗସ କାରବାର ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ପୋଲିସ ଏଥିରେ ସମ୍ପୃକ୍ତ ବେପାରୀ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମୂଲ୍ୟର ଗଞ୍ଜେଇ ଓ ଡ୍ରଗସ ମଧ୍ୟ ଜବତ କରିଛି । ତେବେ ଏହି ବେଆଇନ କାରବାର କରି ବିପୁଳ ସମ୍ପତ୍ତି ମଧ୍ୟ ଠୁଳ କରି ରଖିଥିବା ଏହି ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଅନୁଗୋଳ ପୋଲିସ ଏକ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିଛି । ବେଆଇନ ଗଞ୍ଜେଇ ଓ ଡ୍ରଗସ ବେପାର କରି ଠୁଳ କରିଥିବା ସମ୍ପତ୍ତି ଜବତ କରା ଯାଇଛି । ନାଲକୋ ଥାନାରେ ୧୨.୦୨.୧୯ ତାରିଖ କେସ ନମ୍ବର ୨୫ ଅନୁସାରେ ଗିରଫ ହୋଇଥିବା କୁରୁଡୁଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ କ୍ଲୃଷ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ଏକ ଆକ୍ଟିଭା ସ୍କୁଟି , ୭୬୮୦ ଟଙ୍କା , ଗୋଟିଏ ମୋନବାଇଲ ଫୋନ ସମେତ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟରେ ଥିବା ୨୭ ହଜାର ୩୫୬ ଟଙ୍କା ଜବତ କରା ଯାଇଛି। ଅନୁଗୋଳ ଥାନାରେ ୧୨.୧୦.୧୯ରେ କେସ ନମ୍ବର ୮୨୮ ଅନୁସାରେ ଗିରଫ ହୋଇଥିବା ସୁବ୍ରତ ବାରିକ ଠାରୁ ଏକ ସ୍ୱିଫ୍ଟ କାର ଓ କୁକୁଡାଙ୍ଗ ଗାଁ ର ସୁଜ୍ଞାନୀ ଦେହୁରି ଠାରୁ ଗୋଟିଏ ହିରୋ ଡୁଏଟ ସ୍କୁଟର , ୧୦. ୬୮୦ ଗ୍ରାମର ସୁନା ଚେନକୁ ଜବତ କରିଛି ପୋଲିସ । ସେହିପରି ୧୫.୧୧.୧୯ରେ କେସ ନମ୍ବର ୯୫୧ ରେ ଗିରଫ ହୋଇଥିବା କାଳନ୍ଦି ଚରଣ ସାହୁଠାରୁ ଏକ ଆକ୍ଟିଭା ସ୍କୁଟି ଏବଂ ୨୧ ହଜାର ୩୧୦ ଟଙ୍କା ଜବତ କରା ଯାଇଛି। ତାଳଚେର ଥାନା ୧୧.୧.୨୦ ରେ କେସ ନମ୍ବର ୧୨ ରେ ଗିରଫ ହୋଇଥିବା କୁଲାଦ ଗ୍ରାମର ପ୍ରକାଶ ସେଠ ଠାରୁ ଏକ ମାରୁତି କାର , ହୋଣ୍ଡା ମୋଟର ସାଇକେଲ , ଟିଭି ,ଇନଭଟର , ଏକ କୁଲର , ସୁନା ମିଶା ଗହଣା ଏକ ପେୟାର ଜବତ ହୋଇଛି ,ବଅଁରପାଳ ଥାନା ୯.୧୧.୧୯ ରେ କେସ ନମ୍ବର ୨୫୫ ରେ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଶ୍ରୀରାମ ସାହୁ ଠାରୁ ଗୋଟିଏ ବୁଲେଟ ମୋଟରସାଇକେଲ , ୫ ଗ୍ରାମ ୮୫୦ ମିଲିଗ୍ରାମର ଗୋଟେ ମୁଦି , ୩ ଗ୍ରାମର ପଥର ବସିଥିବା ମୁଦି ଓ ୧ ଗ୍ରାମ ୩୧୦ ମିଲିଗ୍ରାମ ଓଜନର ଏକ କାନ ଫୁଲ ଜବତ କରିଛି ପୋଲିସ Share on FacebookTweetFollow usSave Post Views: 315
Odisha ଶିବରାତ୍ରି କାହିଁକି ଓ କେମିତି ପାଳନ କରାଯାଏ ଆସନ୍ତୁ ଜାଣିବା NTP Bureau Report 03/03/2019 0 ଏନଟିପି (ବ୍ୟୁରୋ ରିପୋର୍ଟ) ଭାରତୀୟ ସଂସ୍କୃତିରେ ସବୁ ଦେବାଦେବୀଙ୍କ ପୂଜା ଦିନରେ ହୋଇଥାଏ। କିନ୍ତୁ କେବଳ ସଂହାରକର୍ତ୍ତା ଶିବଙ୍କ ପୂଜା ରାତ୍ରି ସମୟରେ ଉଜାଗର ରହି କରାଯାଇଥାଏ। ଏହା ପଛରେ ଅନମଶିବଙ୍କ ଚାରି ସ୍ୱରୂପର […]
Odisha ଭୁବନେଶ୍ବର ଠାରେ ‘ ରୋଜଗାର ମେଳା’ରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 22/10/2022 0 ଭୁବନେଶ୍ୱର(ଏନ ଟି ପି): ଭୁବନେଶ୍ବରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଡାକ , ଶିକ୍ଷା , ଅର୍ଥ , ଗୃହ , ଜଳ ସମ୍ପଦ , ଖଣି […]
Odisha ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଗୋଳ ପୌରପାଳିକାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ NTP Bureau Report 04/07/2021 0 ଅନୁଗୋଳ : (ଏନ ଟି ପି):ଅନୁଗୋଳ ପୌରପାଳିକା ସ୍ଥିତ ଟାଉନ ହାଇସ୍କୁଲ ଓ ଶିବା ଖେଳ ପଡିଆ ଠାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଓଡିଶା ବିଧାନସଭାର […]