ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଗୋଳ ପୌରପାଳିକାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ : (ଏନ ଟି ପି):ଅନୁଗୋଳ ପୌରପାଳିକା ସ୍ଥିତ ଟାଉନ ହାଇସ୍କୁଲ ଓ ଶିବା ଖେଳ ପଡିଆ ଠାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ଷ୍ଟାଡିୟମର ଶିଳା ନ୍ୟାସ କରିଥିଲେ। ଏହି ଷ୍ଟାଡିୟମ ହେବା ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଅପେକ୍ଷା କରିଥିଲେ। ଆଜି ସେଇ ପ୍ରତୀକ୍ଷାର ଅନ୍ତ ଘଟିଛି। ଏଥିସହ ଟାଉନ ହାଇସ୍କୁଲର ବାଉଣ୍ଡରୀ ପାଇଁ ମଧ୍ୟ ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ପ୍ରାୟ ୫ଲକ୍ଷ ଟଙ୍କା ପ୍ରଦାନ କରି ଉନ୍ନତି କରାଯିବ ବୋଲି ଶ୍ରୀ ସିଂହ ପ୍ରତିଶୃତି ଦେଇଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ନେତା ଅରୁଣାଭ ସିଂହ, ରାଜ୍ୟ ଯୁବ ବିଜେଡ଼ି ଉପ-ସଭାପତି ସୁଜିତ ଦ୍ବିବେଦୀ, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ସରୋଜ ନାଏକ, ଅନୁଗୋଳ ପୌରପାଳିକା ଯୁବ ବିଜେଡି ସଭାପତି ବିଶ୍ୱରଂଜନ ସାହୁ, ଅନୁଗୋଳ ବ୍ଲକ ଯୁବ ବିଜେଡି ସଭାପତି ରାକେଶ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଅନୁଗୋଳ ପୌରପାଳିକା ଛାତ୍ର ବିଜେଡି ସଭାପତି ଦେବବ୍ରତ ନାଏକ, ଅଜିତ ଦ୍ବିବେଦୀ ସତ୍ୟାନନ୍ଦ ଦଳବେହେରା, ଉଲ୍ଲାସ ସାହୁ, ବୃନ୍ଦାବନ ସ୍ୱାଇଁ, ଗୋପବନ୍ଧୁ ନାଏକ, ପ୍ରିନ୍ସ ଓ ପ୍ରିନ୍ସ କ୍ଲବର ସଦସ୍ୟ ଅନୀଲ ଦଳବେହେରା, ବଳରାମ ଜେନା, ଜ୍ୟୋତିରଞ୍ଜନ ସାହୁ, ସୁନୀଲ ଦାସ, ବୀରେନ୍ଦ୍ର ନାଏକ, ଶୁଭ୍ରାଂଶୁ ସାହୁ, ଚନ୍ଦନ ଦାସ, ସ୍ମିତାରଣୀ ଦଳବେହେରା ଉପସ୍ଥିତ ଥିଲେ। ଶ୍ରୀ ସିଂହ ସଦା ସର୍ବଦା ଅନୁଗୋଳ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଲୋକମାନଙ୍କ ସମସ୍ୟା ଓ ସମାଧାନ କ୍ଷେତ୍ରରେ ଧ୍ୟାନ ଦେଉଥିବାରୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Follow by Email
WhatsApp