MCL ର ୧୧ତମ RPDAC ବୈଠକ ଅନୁଷ୍ଠିତ

ଅନୁଗୋଳ(ଏନଟିପି):

ଅନୁଗୋଳ ତାଳଚେର MCL ର ୧୧ତମ RPDAC(Rehabilitation and Periphery Development Advisory Committee) ବୈଠକ ।ବୈଠକ ରେ ଖଣି ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାର ଗୁଡିକ ର ସମସ୍ୟା ସମାଧାନ ଦିଗରେ ଆଲୋଚନା ।ଏମ୍.ସି.ଏଲ ରେ ଦେଖାଦେଉଥିବା ଅଚଳାବସ୍ଥା ଏବେ ଦୂର ହେବ – ୧୧ ତମ ଆର.ପି.ଡି.ଏ.ସି. ବୈଠକରେ ସକରାତ୍ମକ ଆଲୋଚନା।ଅନୁଗୋଳ ଜିଲ୍ଲା ସ୍ଥିତ କୋଇଲା ଖଣି ପାଇଁ ୧୧ତମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ।  ଏହି ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ , ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା , ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି ନରସିଂହ ଭୋଳ , ଏମ.ସି.ଏଲ.ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୋଳାନାଥ ଶୁକ୍ଳା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ କିଷାନ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ପ୍ରମୁଖ ଯୋଗ ଦେଇଥିଲେ । ଦୀର୍ଘ ଦିନ ପରେ ୧୧ ତମ ଆର.ପି.ଡି.ଏ.ସି ବୈଠକ ହେଉଥିବାରୁ ବିସ୍ଥାପିତ ଲୋକ ମାନଙ୍କର ଥଇଥାନକୁ ନେଇ ଅନେକ ସମସ୍ୟା ରହିଛି ।
MCL ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(CMD)ଙ୍କର ଓଡିଶାର ଏହି ପ୍ରକଳ୍ପ ପ୍ରତି ଥିବା ସକରାତ୍ମକ ମନୋଭାବ ନିଶ୍ଚିତ ଭାବେ ଏହି ପରିବାର ଗୁଡିକୁ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ହାସଲ କରିବାରେ ସହାୟକ ହେବ ବୋଲି ଢ଼େଙ୍କାନାଳ ଲୋକସଭା ସାଂସଦ ପ୍ରକାଶ କରିଥିଲେ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରେ ରଖି ଓ ଜମିହରା ପ୍ରଜାଙ୍କର ନିଯୁକ୍ତି ଓ ଥଇଥାନକୁ ତ୍ୱରାନ୍ୱିତ ଭାବେ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ହିଲୋଇ ଓ ଏକଡାଳ ଗ୍ରାମର ଲେପ୍ଟ ଆଉଟ ଜମିହରା ପ୍ରଜାଙ୍କୁ ପୁନର୍ବାସ ଓ ଥଇଥାନ, ଜରଡା ଗ୍ରାମର ସ୍ଥାନାନ୍ତରଣ ସମେତ ହିଙ୍ଗୁଳା ଉଚ ବିଦ୍ୟାଳୟ ଓ ଖେମେଇ ବିଦ୍ୟାଳୟ , ଗୋପାଳପ୍ରସାଦ ପୁଲିସ ଷ୍ଟେସନର ସ୍ଥାନାନ୍ତରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବାଇଟ :୧:  ଖଣି କ୍ଷତିଗ୍ରସ୍ତ ପ୍ରଜାଭିଓ :୨: ବୈଠକରେ ପଥରମୁଣ୍ଡା ଗ୍ରାମର ବସ୍ତି ଜମି ଅଧିଗ୍ରହଣ , କଣିହାଁ ଗ୍ରାମର ୧୦୭ ପରିବାରକୁ ନିଯୁକ୍ତି ପ୍ରଦାନ , ବିସ୍ଥାପିତ ପରିବାରର ଜ୍ୱାଇଁକୁ ଚାକିରୀ ପ୍ରଦାନ ଓ ନାତେଡି ଗ୍ରାମର ୮୦ଟି ‘ଡି’ କାଟେଗୋରୀକୁ ଚାକିରୀ ଦେବା ନିମନ୍ତେ ସବ୍ କମିଟିରେ ଏହାର ନିଷ୍ପତି ନେବା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଳଚେର ଅଞ୍ଚଳରେ ଭୂ-ସ୍ଖଳନ ଭଳି ବିଭିନ୍ନ ସମୟରେ ଫାଟ ସୃଷ୍ଟି ହେଉଥିବାରୁ ଏଠାରେ ବାଲି ଭର୍ତି କରିବା ନିମନ୍ତେ ଗାଡି ଯାତାୟତ କରୁଥିବା ରାସ୍ତା କିଛି ଲୋକଙ୍କର ଜାଗାରେ ଥିବାରୁ ସେମାନେ ବିରୋଧ କରୁଥିଲେ । ଏମ.ସି.ଏଲ. ଏହି ରାସ୍ତାର ମାଲିକ ମାନଙ୍କୁ ୪୦ ହଜାର ଟଙ୍କା ଦେଇ ଗାଡିରେ ବାଲି ପରିବହନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । ବିସ୍ଥାପିତ ପରିବାର ଗୁଡିକ ପୁନର୍ବାସ ଓ ଥଇଥାନ ସହାୟତା ପାଇବାର ୪ ମାସ ପରେ ଉକ୍ତ ଘର ଭାଙ୍ଗି ଜାଗା ଛାଡିଲେ ସେଠାରେ ଖଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

RPDAC ବୈଠକ ସୁଚାରୁରୂପେ ହୋଇଥିଲା ସତ କିନ୍ତୁ ବୈଠକରେ ଜମିହରା ପ୍ରଜା ଙ୍କ ସମସ୍ୟା ସମାଧାନ ଦିଗରେ MCL ଦେଉଥିବା ପ୍ରତିଶୃତି କେତେ ପୂରଣ ହେଉଛି ତାହା ଆଗାମୀ ସମୟ ହିଁ ସ୍ପଷ୍ଠ କରିବ।MCL ଲୋକଙ୍କ ସମସ୍ୟା ଦିଗରେ କି ପଦକ୍ଷେପ ନେଉଛି ତାହା ଦେଖିବାର ରହିଲା।

Follow by Email
WhatsApp