ନାଲକୋ ନଗରରୁ ୪୪ଟି ଗ୍ରାମ ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଅନୁଗୋଳ ( ଏନଟିପି):- 
ନାଲକୋ ପ୍ରଶାସନ ଓ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମିଳିତ ହୋଇ ନୂଆବର୍ଷ ଅବସରରେ ନାଲକୋ ଆଖପାଖ ଅଞ୍ଚଳର ୪୪ ଗ୍ରାମବାସୀଙ୍କୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଯାଇଛି।ଆଜି ନାଲକୋ CSR ମୁଖ୍ୟ କାାାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଡ଼. ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରିଥିଲେ। ସଂମାନୀତ ଅତିଥି ଭାବେ ନାଲକୋର କାର୍ଯ୍ୟନିର୍ବାହି ନିର୍ଦେଶକ ରାଜକିଶୋର ମିଶ୍ର, ଜି.ଏମ ସ୍ମେଲ୍ଟର ମନୀଷା ପ୍ରସାଦ ମିଶ୍ର, ନାଲକୋ ଫାଉଣ୍ଡେସନର ମୁଖ୍ୟ ପରିଚାଳନା ଅଧିକାରୀ ସୁବାଷ ରାୟ,ଓଡ଼ିଶା ରାଜ୍ୟର Helpage ଇଣ୍ଡିଆ ସଂସ୍ଥାର ମୁଖ୍ୟ ଭାରତୀ ଚକ୍ରା ସହଯୋଗରେ ପ୍ରଥମ ଥର ପାଇଁ ନାଲକୋ ଆଖପାଖର ଗ୍ରାମକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାକୁ ଉଦଘାଟନ କରିଥିଲେ । ଏନେଇ ଆଜି ୩ଟି ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି ଆରମ୍ଭ କରିଥିଲେ । ଏଥିରେ ଜଣେ ଡାକ୍ତର ସାଙ୍ଗକୁ ଫାର୍ମାସିଷ୍ଟ ସମେତ ସୋସିଆଲ ପ୍ରୋଟେକ୍ସନ ଅଧିକାରୀ ନିୟୋଜିତ ରହିଛନ୍ତି । ନାଲକୋ CSR ବିଭାଗ ର ସମୀର ମାଝି ସୂଚନା ଦେଇଥିଲେ । 

Follow by Email
WhatsApp