72 ଦିନ ପରେ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ

କନ୍ଧମାଳ, ୫/୫.(ଏନଟିପି):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ ।ସୂଚନା ଅନୁଯାୟୀ ଗତ ଫେବୃଆରୀ10 ତାରିଖରୁ ନିର୍ମଳା ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଚଳାଇଥିବା ସତ କିନ୍ତୁ ନିର୍ମଳାଙ୍କ କୌଣସି  ଖବର ପାଇନଥିଲା । 72 ଦିନ ପରେ ନିର୍ମଳାଙ୍କ ହାଡ଼ କଙ୍କାଳ ନିକଟ ଜଙ୍ଗଲରୁ ମିଳିଥିଲା । ଏହାପରେ ସନ୍ଧାନୀ କୁକୁର ଦ୍ଵାରା ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ । ଘଟଣା ସମ୍ପର୍କରେ ଖବରପାଇ ଅଭିଯୁକ୍ତ ଟୁକୁନା ଫେରାର୍ ହୋଇଯାଇ ଥିଲା,  ହେଲେ ଶେଷରେ ପୋଲିସ୍ ପଞ୍ଝାରୁ ମୁକୁଳି ପାରିନି ଅଭିଯୁକ୍ତ । ଗଞ୍ଜାମ ସିମାନ୍ତ କାଟିଙ୍ଗିଆ ପଞ୍ଚାୟତର ପଦ୍ମପୁର ଗାଁ ନିକଟ ଜଙ୍ଗଲରୁ ଅଭିଯୁକ୍ତ ଟୁକୁନାକୁ ଗିରଫ କରିଛି ବ୍ରାହ୍ମଣୀଗାଁ ପୋଲିସ୍ । ସୂଚନା ପ୍ରକାରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ନିଜ ଟିମ୍ ସହ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସୂଚନା ପ୍ରକାରେ ୨୦୧୮ ମସିହାରେ ଅଭିଯୁକ୍ତ ଟୁକୁନା ବିରୋଧରେ ମୃତ ବିଧବା ମହିଳା ଧର୍ଷଣ ଅଭିଯୋଗ କରିଥିଲେ। ଏନେଇ ଟୁକୁନା କୁ ଗିରଫ କରିଥିଲା ପୋଲିସ୍ । ଯାମିନ୍ ଦ୍ବାରା ଜେଲ୍ ରୁ ମୁକୁଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଟୁକୁନା ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ହତ୍ୟା ଧମକ ଦେଉଥିଲା ଏବଂ ହତ୍ୟା କରିବାପାଇଁ ସୁଯୋଗ ଖୋଜୁଥିଲେ। ଫେବ୍ରୁଆରୀ10 ତାରିଖରେ ସୁଯୋଗ ପାଇ ନିର୍ମଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।ଅଭିଯୁକ୍ତ ନିଜ ଦୋଷ ସ୍ପିକାର କରିବାସହ ତାଙ୍କ ର ଉକ୍ତ ମହିଳା ଙ୍କ ସହ ପୂର୍ବ ଶତ୍ରୁତା ଥିଲା ତେଣୁ ରାସ୍ତା ରୁ ହଟାଇ ଦେବାକୁ ମନରେ ସ୍ଥିର କରିଥିଲା ଅଭିଯୁକ୍ତ । ସୁଯୋଗ ପାଇବାପରେ ନିର୍ମଳାଙ୍କୁ ହତ୍ୟା କରି ନିଜେ ଗାତ ଖୋଳି ଜଙ୍ଗଲରେ ପୋତି ଦେଇଥିବା ଅଭିଯୁକ୍ତ ବୟାନ ଦେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।

କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏନଟିପି 
Follow by Email
WhatsApp