ଗରିବ ବୟସ୍କଙ୍କୁ କଣ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଏନଟିପି(ଭୁବନେଶ୍ୱର)

ଗରିବ ବୟସ୍କଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ବଢ଼ିଲା ମଧୁବାବୁ ପେନସନ୍ ଅର୍ଥ ରାଶି ।ଏଣିକି ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ମିଳିବ ଅଧିକ ୨୦୦ ଟଙ୍କା । ୩୦୦ ଟଙ୍କା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା ଓ ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ମିଳିବ ୭୦୦ ଟଙ୍କା । ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ମିଳିବାକୁ ଥିବାବେଳେ ୮୦ରୁ ଅଧିକ ବୟସ ଲୋକଙ୍କୁ ୭୦୦ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ତେବେ ଏହି ବର୍ଦ୍ଧିତ ଭତ୍ତା ଆସନ୍ତା ଫେବୃୟାରୀ ୧୫ରୁ ମିଳିବ । ବୃଦ୍ଧବୃଦ୍ଧା, ଅସହାୟ ବ୍ୟକ୍ତି ଓ ଗରିବ ବିଧବା ଏହା ଦ୍ବାରା ଲାଭବାନ ହେବେ । ପୂର୍ବରୁ ୬୦ରୁ ୮୦ ବର୍ଷ ବୟସ୍କଙ୍କୁ ୩୦୦ ଟଙ୍କା ମିଳୁଥିବା ବେଳେ ଏବେ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ୫୦୦ବଦଳରେ ଏହା ବୃଦ୍ଧି ପାଇ ୭୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହା ଦ୍ୱାରା ୪୮ ଲକ୍ଷ ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି ପାଇବ ।

Follow by Email
WhatsApp