ଡାଲମିଆ ଆଇଟିଆଇର ୨୪ ତମ ବାର୍ଷିକ ଉତ୍ସବ ପାଳିତ Posted on 02/02/202002/02/2020 by NTP Bureau Report ରାଜଗାଙ୍ଗପୁର(ଏନଟିପି): ଝଗରପୁର ସ୍ଥିତ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ର (ଡିଆଇଟିଆଇ) ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ମହାବିଦ୍ୟାଳୟ, ରାଉରକେଲାର ଅଧକ୍ଷ ପ୍ରତାପ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ତଥା ଡାଲମିଆ ଆଇଟିଆଇର ଚେୟାରମେନ ସୁନୀଲ କୁମାର ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ l ଶ୍ରୀ ରଥ ଛାତ୍ରଛାତ୍ରୀମାନଙ୍କୁ ସ୍ବପ୍ନ ଦେଖି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ l ଏହା ସହିତ ସଫଳତାର ବିଭିନ୍ନ ସୋପାନ ସମ୍ପର୍କରେ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ଡିଆଇଟିଆଇ ପରିଚାଳନା କମିଟି ସଦସ୍ୟ ଓମ ପ୍ରକାଶ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ l ଡିଆଇଟିଆଇ ପରିଚାଳନା କମିଟି ସଂପାଦକ ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ l ଅଧକ୍ଷ ଦେବବ୍ରତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ସଫଳତା ଉପରେ ରେଖାପାତ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ତଥା ଅତିଥିବୃନ୍ଦ ବାର୍ଷିକ ପତ୍ରିକା “ଶିଳ୍ପୀ” ର ଉନ୍ମୋଚନ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ପୁରାତନ ଛାତ୍ର ତଥା ଗ୍ରୀଡ଼ କର୍ପୋରେସନ ଅନୁଗୁଳ ରେ କାର୍ଯ୍ୟ କରୁଥିବା ନରେନ୍ଦ୍ର କୁମାର ମହାନ୍ତିଙ୍କୁ ଡିଆଇଟିଆଇ ପ୍ରତିଭା ସମ୍ମାନ ୨୦୧୯ ପ୍ରଦାନ କରାଯାଇଥିଲା ଏବଂ ସେ ତାଙ୍କର ଅନୁଭୂତି ପ୍ରକାଶ କରିଥିଲେ l ଶେଷରେ ଶିବ ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ l ଡାଲମିଆ ଆଇଟିଆଇର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଡାଲମିଆ ସିମେଣ୍ଟର ଅନେକ ବରିଷ୍ଠ ଅଧିକାରୀ ଡାଲମିଆ ଆଇଟିଆଇର ଛାତ୍ରଛାତ୍ରୀ ଓ ତାଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ l Share on FacebookTweetFollow usSave Post Views: 275
CORPORATE INTERVIEW ଚା’ପିଇବା ସମୟରେ କେଉଁ ୫ ଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ…. NTP Bureau Report 09/01/2019 0 *ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚା’ ବିଷୟରେ ଅନେକ କିଛି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚା’ର ସମ୍ୱନ୍ଧ ଶନି ଗ୍ରହ ସହ ରହିଛି। ତେଣୁ ଚା’ ପିଇବା ସମୟରେ ୫ଟି ଜିନିଷ ଉପରେ ଧ୍ୟାନ […]
Business JSPL joins hand with the People & Government to fight COVID-19 NTP Bureau Report 14/04/2020 0 Bhubaneswar(News Time Pro): Joining hands with the Government, local administrations and the People to fight COVID-19, Jindal Steel & Power Ltd (JSPL) has taken up […]
Business କିଅନ ଆସିଆନା ହୋଟେଲ ଉଦଘାଟିତ NTP Bureau Report 24/12/2023 0 ଅନୁଗୋଳ(ଏନଟିପି): ଆସିଆନା ଗ୍ରୁପ୍ ଅଫ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପକ୍ଷରୁ ଏକ ନୂଆ ହୋଟେଲ ‘କିଅନ୍ ଆସିଆନା’ ଆଜି ଉଦ୍ଘାଟିତ ହୋଇ ଯାଇଛି। ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡ. […]