ଟାଟା ଷ୍ଟିଲ୍ ବି.ଏସ୍.ଏଲ କାରଖାନାରେ ଦୁର୍ଘଟଣା, ଶ୍ରମିକ ମୃତ, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ Posted on 02/02/202002/02/2020 by NTP Bureau Report ଅନୁଗୋଳ(ଏନ ଟି ପି): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଟାଟା ବି.ଏସ୍.ଏଲ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଫଳରେ ପ୍ଲାଣ୍ଟ ଫାଟକ ସମ୍ମୁଖରେ କ୍ଷତିପୂରଣ ଦାବୀରେ ପରିବାରବର୍ଗ ଧାରଣା ଦେଇଥିଲେ। ଖବର ନେବାରେ ଜଣାପଡିଛି ବଅଁରପାଳ ଥାନା ଅନ୍ତର୍ଗତ ଅରାହାଟ ଗ୍ରାମ ଶିକସାହିର ଗଣେଶ୍ଵର ଭୋଇଙ୍କ ପୁଅ ପ୍ରଫୁଲ୍ଲ ଭୋଇ (୪୮ ବର୍ଷ) ଟାଟା ଷ୍ଟିଲ ପ୍ଲାଣ୍ଟର ସନଟେକ୍ ଇଞ୍ଜିନିୟରିଂ ନାମକ ଠିକା ସଂସ୍ଥାରେ ଶ୍ରମିକ ରୂପେ କାମ କରନ୍ତି। ସବୁଦିନ ଭଳି ଆଜି ମଧ୍ୟ କାମ କରୁଥିବା ସମୟରେ ଏକ ଉଚ୍ଚତା ଉପରୁ ତଳକୁ ଖସି ପଡିଥିଲେ। ତେବେ ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ବେଳେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ କାହାକୁ ନ ଜଣାଇ ପ୍ଳାଣ୍ଟ ପଛ ପାଖ ଗେଟରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରୁଥିଲେ ବୋଲି ଅଭିଯୋଗ ହେଉଛି। ତେବେ ପରିବାର ଲୋକ ପ୍ରଫୁଲ୍ଲର ଶବକୁ ଆଣି ଟାଟା ଷ୍ଟିଲ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟାୟ ଭାବେ ପ୍ଳାଣ୍ଟ ପରିସରରୁ ପ୍ରଫୁଲ୍ଲର ଶବ କୁ ବାହାର କରିବା ପରେ ଏବେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅବହେଳା କରିବା ସହ ଏବେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଧରା ଛୁଆଁ ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି। ଏକଲକ୍ଷ ଦଶ ହଜାର ଟଙ୍କା ସ୍ତ୍ରୀଙ୍କୁ ମାସିକ ଆଠ ହଜାର ଟଙ୍କା ଓ ନିଯୁକ୍ତି ଦିଆଯିବ ବୋଲି ଏକ ଚୁକ୍ତି ନାମା ହେଲା ପରେ, ରାତି ପ୍ରାୟ ୧୦ ଟା ସମୟରେ ପରିବାରବର୍ଗ ଧାରଣାରୁ ଉଠି ଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପ୍ଲାଣ୍ଟ ପରିସରରେ ବାଉଁସର ମୁତୟନ କରାଯାଇଥିଲା।ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକ କେତେ ସୁରକ୍ଷିତ ? ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ଦିଗରେ କାହିଁକି ଧ୍ୟାନ ଦେଉନି କମ୍ପାନୀ କର୍ତୃପକ୍ଷ। Share on FacebookTweetFollow usSave Post Views: 387
Business JSPL Foundation Observes World Breast Feeding Week NTP Bureau Report 06/08/2020 0 NewsTimePro(Aug 6th, Angul): As a part of observance of World Breast Feeding Week, JSPL Foundation, the Corporate Social Responsibility (CSR) arm of Jindal Steel and […]
Business ଭାରତରେ ବୋଇଂ 737-MAX ବିମାନ ଉଡାଣ କାହିଁକି ହେଲା ବନ୍ଦ, ପଢନ୍ତୁ ପୁରା ରିପୋର୍ଟ… Smrutilipi 13/03/2019 0 ନୂଆଦିଲ୍ଲୀ (ଏନଟିପି ବ୍ୟୁରୋ): ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା […]
Business ପୁଣି ବଢ଼ିଲା ତୈଳଦର NTP Bureau Report 11/01/2019 0 ଏନଟିପି(ନୂଆଦିଲ୍ଲୀ) ବିଗତ କିଛି ସପ୍ତାହ ଧରି ଲଗାତାର ତେଲଦର କମିବା ପରେ ଏବେ ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ଲିଟର ପିଛା […]