ଡାଲମିଆ ସିମେଣ୍ଟ ଦ୍ୱାରା ନିଯୁକ୍ତି ପୂର୍ବ ପ୍ରଶିକ୍ଷଣ ଶିବିର

ରାଜଗାଙ୍ଗପୁର(ଏନ ଟି ପି):

ଡାଲମିଆ ସିମେଣ୍ଟ ଦ୍ୱାରା ସ୍ଥାନୀୟ ଓସିଏଲ ଅଡିଟୋରିଅମରେ ଯୁବ ଗୋଷ୍ଠୀଙ୍କ ପାଇଁ ଏକ ନିଯୁକ୍ତି ପୂର୍ବ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି l ରାଜଗାଙ୍ଗପୁର ଏବଂ ଆଖ ପାଖ ଅଂଚଳର ୩୦୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ତଥା ଅଭିଭାବକ ଭାଗ ନେଇଥିଲେ l ଅବସର ପ୍ରାପ୍ତ ସେନା ଅଧିକାରୀ ମେଜର ସିଡ଼ି ରାଉତ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ କହିଥିଲେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ସେନା ଏବଂ ପୋଲିସ ରେ ଯୋଗ ଦେଇ ଦେଶ ସେବା କରିବା ପାଇଁ ଆଗକୁ ଆସିବାର ଆବଶ୍ୟକତା ଅଛି l ସେ ସେନା ଏବଂ ପୋଲିସ ରେ ଯୋଗ ଦେବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ପ୍ରଣାଳୀ ବିଷୟରେ ବିବରଣୀ ଦେଇଥିଲେ l
ଏଠାରେ ଉଲେଖଣିୟ ଯେ ଡାଲମିଆ ସିମେଣ୍ଟର ତତ୍ୱାବଧାନ ରେ ଏଠାରେ ସେନା ଏବଂ ପୋଲିସ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦେବାକୁ ଏକ ତାଲିମ କେନ୍ଦ୍ର ଆରମ୍ଭ କରାଯାଇଛି l
ଶିବିର ରେ ଉପସ୍ଥିତ ଯୁବକ ଯୁବତୀଙ୍କର ପରୀକ୍ଷା ଏବଂ ଶାରୀରିକ ଫିଟ୍ନେସ ଯାଞ୍ଚ କରିବାପରେ ୧୨୦ ଜଣଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି l ସେମାନଙ୍କର ପ୍ରଶିକ୍ଷଣ ଆସନ୍ତା ୩୧ ତାରିଖରୁ ଡାଲମିଆ ବିଦ୍ୟାମନ୍ଦିର ରେ ଆରମ୍ଭ ହେବ l ତାଲିମ ଲାଭ କରିବାପରେ ସେମାନଙ୍କୁ ବିଭିନ୍ନ ସେନା ଏବଂ ପୋଲିସ ନିଯୁକ୍ତି ପରୀକ୍ଷା କୁ ପଠା ଯିବ l

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ସ୍ଥାନୀୟ ଯୁବ ବର୍ଗ ପାଇଁ ନିକଟ ଅତୀତରେ କୌଶଳ ପ୍ରଶିକ୍ଷଣ ସଜାଗତା ଶିବିର ସହିତ କୌଶଳ କେନ୍ଦ୍ର ପରିଦର୍ଶନ ଭଳି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି l କିଛି ଦିନ ତଳେ ଦେଶର ଚାରୋଟି ପ୍ରତିଷ୍ଠିତ କମ୍ପାନୀଙ୍କ ଦ୍ୱାରା ଏକ ନିଯୁକ୍ତି ମେଳା ମଧ୍ୟ୍ୟ ଆୟୋଜନ କରାଯାଇଥିଲା ଏବଂ ଆଗକୁ ଅଧିକ କମ୍ପାନୀକୁ ନେଇ ଏଭଳି ଆୟୋଜନ କରାଯିବ ବୋଲି ଡାଲମିଆ ସିମେଣ୍ଟ ତରଫରୁ ଆଶ୍ୱାସନା ଦିଆଯାଇଛି l ସେନା ଏବଂ ପୋଲିସ ରେ ଭର୍ତି ହେବା ପାଇଁ ଡାଲମିଆ ସିମେଣ୍ଟ ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ l ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଦେବାପାଇଁ ସ୍ଥାନୀୟ ଯୁବ ବର୍ଗଙ୍କ ମଧ୍ୟ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା l
Follow by Email
WhatsApp