୨୦ ଟି ନିଲାମୀ ଖଣିକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଏନଟିପି):

ଓଡ଼ିଶା ସରକାର ନେଲେ ବଡ଼ ନିଷ୍ପତ୍ତି । ୨୦ ଟି ଲୁହାପଥର ଖଣି ନିଲାମକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଏବେ ଚାଲିଥିବା ଲୁହାପଥର ଖଣି ନିଲାମକୁ ବାତିଲ କରିଛନ୍ତି ସରକାର । ନିଲାମ ପ୍ରକ୍ରିୟାକୁ ଏକ ମାସ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । JSW ଗ୍ରୁପ୍‌ ଓ ଏହାର SUBSIDIARIES ମିଳିତ ଭାବେ ନିଲାମ ପ୍ରକ୍ରୟାରେ ଭାଗ ନେଇଥିଲେ । ଗୋଟିଏ ଗ୍ରୁପ୍ର ଭିନ୍ନ ଭିନ୍ନ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଅନ୍ୟ କମ୍ପାନୀ ବିରୋଧ କରୁଛନ୍ତି । ଏହାକୁ ଦେଖି ରାଜ୍ୟ ସରକାର ନିଲାମ ପ୍ରକିୟା ବାତିଲ କରିଛନ୍ତି । ପ୍ରାୟ ୨୦ଟି ଖଣିର ନିଲାମ ହୋଇଥିଲା । ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ତିନିଟି ପର୍ଯ୍ୟାୟରେ ନିଲାମ ଡକାଯାଇଥିଲା । ଏହି ସବୁ ଖଣିର ଲିଜ୍‌ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ସରୁଛି । ତେଣୁ ଖଣିର ସାନି ନିଲାମ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ୬ ତାରିଖରେ ଲୁହାପଥର ନିଲାମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଖଣି ନିର୍ଦେଶକ ଦୀପକ ମହାନ୍ତି।

Follow by Email
WhatsApp