ଜେଏସପିଏଲ ଦ୍ଵାରା ବିଶ୍ବ ଗୁଣବତ୍ତା ଦିବସ ୨୦୧୯ ପାଳିତ Posted on 15/11/201915/11/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ପକ୍ଷରୁ ବିଶ୍ବ ଗୁଣବତ୍ତା ଦିବସ ଅନୁଗୋଳ ପ୍ଳାଣ୍ଟ ପରିସରରେ ପାଳିତ ହୋଇଯାଇଅଛି lଜେଏସପିଏଲ ଓଡିଶାର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀ ପଙ୍କଜ ଗୌତମ,ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ଶ୍ରୀ ଦାମୋଦର ମିତ୍ତଲ , ମ୍ୟାନେଜମେଣ୍ଟ ପ୍ରତିନିଧି ଶ୍ରୀ ଖିଲାବନ ଆର ସାହୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ବିଭିନ୍ନ ବିଭାଗୀୟ ମୁଖ୍ୟ ତଥା ବହୁ ସଂଖ୍ୟାରେ କର୍ମଚାରୀମାନେ ଉପସ୍ଥିତ ଥିଲେ lଏହି ଅବସରରେଶ୍ରୀ ପଙ୍କଜ ଗୌତମ ଉଦବୋଧନ ପ୍ରଦାନ କରି କହିଥିଲେ “ ଆମ୍ଭର ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ନିରନ୍ତର ଉନ୍ନତି ଆଣିବା ନିମନ୍ତେ ବିଶ୍ବ ଗୁଣବତ୍ତା ଦିବସ ଆମ୍ଭଙ୍କୁ ଏକ ସୁଯୋଗ ପ୍ରଦାନ କରିବା ସହ ଆମର ଉପଲବଧି ଏବଂ ପ୍ରତିବଦ୍ଧତାର ସଠିକ ମୂଲ୍ୟାଙ୍କନ ଦ୍ଵାରା ଯେ କିପରି ଆମେ ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ଲାଭ କରିପାରିବା ସେଥି ନିମନ୍ତେ ପ୍ରୋସ୍ଠହନ ପ୍ରଦାନ କରିଥାଏ” l ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କର୍ମଚାରୀ ଗୁଣବତ୍ତା ସମ୍ବଦ୍ଧୀୟ ନିଜ ନିଜର ବିଚାର ତଥା ଉତ୍ପାଦ ପ୍ରଦର୍ଶିତ କରିଥିଲେ l ଶ୍ରୀ ଦାମୋଦର ମିତ୍ତଲଯୁବ ଇଂଜିନିୟର ମାନଙ୍କୁ ଗୁଣବତ୍ତା ସଂପନ୍ନ କାର୍ଯ୍ୟ କରିବାକୁ ଆହ୍ଵାନ ଦେବା ସହ ସେମାନଙ୍କ କାର୍ଯ୍ୟ ଦ୍ଵାରା ଯେ କେବଳ ସେମାନଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ ତାହା ନୁହେଁ,ଏହା ଦ୍ଵାରା ସେମାନେ କାର୍ଯ୍ୟ କରୁଥିବା ସଂଗଠନ ଏବଂ ଦେଶ ତଥା ଜନସାଧାରଣଙ୍କ ମଧ୍ୟଉନ୍ନତି ହୋଇଥାଏ ବୋଲି ପ୍ରକାଶ କରିଥିଲେ l ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର କର୍ମଚାରୀଙ୍କ ମଧ୍ୟରେ ଗୁଣବତ୍ତା କୌଶଳ ପ୍ରଦାନ ନିମନ୍ତେ ସଂପୂର୍ଣ ଗୁଣବତ୍ତା ପରିଚାଳନା ବିଭାଗ ପକ୍ଷରୁ ଗୁଣବତ୍ତା ଭିତ୍ତିକ କୁଇଜ, ଡିବେଟ, ସ୍ପିଚ, ଲୋଗୋ ଏବଂ ପୋଷ୍ଟର ଡିଜାଇନ , ସ୍ଲୋଗାନ, ପ୍ରବନ୍ଧ ଇତ୍ୟାଦି ଆୟୋଜନ ହେବା ସହ ସଫଳ ପ୍ରତିଭାଗୀଙ୍କୁ ପୁରସ୍କୃତ କରଯାଇଥିଲା l ଉକ୍ତକାର୍ଯ୍ୟକ୍ରମରେ ଓପି ଜିନ୍ଦଲ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ଏବଂ ଯୁବ ଇଂଜିନିୟର ମାନଙ୍କ ଦ୍ଵାରା ଗୁଣବତ୍ତା ଉପରେ ଆଧାରିତ ସ୍କିଟ ନୃତ୍ୟନାଟିକା ପରିବେଷଣ କରିଥିଲେ Share on FacebookTweetFollow usSave Post Views: 308
Business Odisha JSPL: Team Extreme lifts Panther Crickfest Trophy 2022 NTP Bureau Report 14/12/2021 0 Angul(NewsTimePro): The inter-departmental mega cricket tournament organized by Jindal Officer Club (JOC) of Jindal Steel & Power Ltd (JSPL) concluded last evening. Team Extreme, comprising the […]
Odisha କୋଣାର୍କ ଅଞ୍ଚଳର ଭିତ୍ତି ଭୂମିକୁ ଆନ୍ତଜାତୀୟ ମାନର କରାଯିବ : ମୁଖ୍ୟମନ୍ତ୍ରୀ NTP Bureau Report 22/01/2021 0 ଭୁବନେଶ୍ୱର(ଏନ ଟି ପି): ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ […]
Odisha ଶ୍ରୀମନ୍ଦିର କୁ ପାନ ,ଗୁଟକା ମନା NTP Bureau Report 30/07/2019 0 ଆସନ୍ତା ୧ତାରିଖରୁ ପୁରୀ ଶ୍ରୀମନ୍ଦିରକୁ ପାନ, ଗୁଟକା ନେବା ମନା । ସେବାୟତ କିମ୍ବା ଶ୍ରଦ୍ଧାଳୁମାନେ ପାନ, ଗୁଟକା ନେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଶ୍ରୀମନ୍ଦିର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା […]