ଏପ୍ରିଲ ରେ ହୋଇପାରେ ନିର୍ବାଚନ;ମାର୍ଚ୍ଚରେ ଘୋଷଣା ହେବ ତାରିଖ

ଭୁବନେଶ୍ୱର(ଏନଟିପି) :

ଓଡ଼ିଶା ସମେତ ୪ଟି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଆସନ୍ତା ଅପ୍ରେଲ ମାସରୁ ଆରମ୍ଭ ହେବ । ପର୍ଯ୍ୟାୟ କ୍ରମେ ଏହି ଭୋଟ୍ ଅନୁଷ୍ଠିତ ହେବ । ଏ ନେଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

୬ରୁ ୭ ପର୍ଯ୍ୟାୟରେ ହୋଇପାରେ ମତଦାନ ହୋଇପାରେ ବୋଲି ଶୁକ୍ରବାର ଜଣାପଡିଛି । ଚଳିତ ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଜୁନ ୩ ତାରିଖରେ ଶେଷ ହେବ । ତା ପୂର୍ବରୁ ନିର୍ବାଚନ କମିଶନଙ୍କୁ ଦେଶରେ ସାଧାରଣ ନିର୍ବାଚନ କରିବାକୁ ପଡ଼ିବ । କେତେ ପର୍ଯ୍ୟାୟରେ ନିର୍ବାଚନ କରାଯିବ ଓ କେବେ ମତଦାନ ଆରମ୍ଭ ହୋଇ କେବେ ଶେଷ ହେବ ସେ ବିଷୟରେ ନିର୍ବାଚନ କମିଶନ ବିଚାର ଆଲୋଚନା ଚଳାଇଛନ୍ତି । ସୁରକ୍ଷାବାହିନୀ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେ ପର୍ଯ୍ୟାୟରେ ନିର୍ବାଚନ କରାଯିବ ତାହା ସ୍ଥିର ହେବ ।

ଓଡିଶା ସମେତ କେଉଁ ରାଜ୍ୟର ହେବ ନିର୍ଵାଚନ :


ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଜମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇ ସାରିଥିବାରୁ ୬ମାସ ଭିତରେ ସେଠାରେ ମଧ୍ୟ ନିର୍ବାଚନ କରାଯିବା କଥା । ଗତ ୨୦୧୮ ନଭେମ୍ବରରେ ବିଧାନସଭା ଭଙ୍ଗ ହୋଇଥିବାରୁ ୬ମାସ ଅର୍ଥାତ ମେ ସୁଦ୍ଧା ସେଠାରେ ମତଦାନ କରିବାକୁ ପଡ଼ିବ । ଏହାକୁ ଦେଖିଲେ ଲୋକସଭା ନିର୍ବାଚନ ସହିତ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ କରାଯିବାର ସମ୍ଭାବନା ରହିଛି । କିନ୍ତୁ ସେଠାରେ ସୁରକ୍ଷା ପରିସ୍ଥିତିକୁ ବିଚାରକୁ ନେବାକୁ ପଡ଼ିବ । ସୁରକ୍ଷା ସ୍ଥିତି ଭଲ ରହିଲେ ଲୋକସଭା ସହିତ ରାଜ୍ୟ ବିଧାନସଭାର ନିର୍ବାଚନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ସମସ୍ତ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ରହିଥିବା ବେଳେ ଜମ୍ମୁ-କାଶ୍ମୀର ବିଧାନସଭାର କାର୍ଯ୍ୟାଳୟ ୬ ବର୍ଷ ରହିଛି । ଅର୍ଥାତ ଏହା ୨୦୨୧ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ରହିଥିଲା । ସିକିମ ବିଧାନସଭାର କାର୍ଯ୍ୟକାଳ ମେ ୨୭ରେ ଶେଷ ହେଉଥିଲା ବେଳେ ଆନ୍ଧ୍ରପ୍ରଦେଶର ଜୁନ ୧୮, ଓଡ଼ିଶାର ଜୁନ ୨୧ ଓ ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ ୧ରେ ଶେଷ ହେବ ।

୨୦୦୪ ଓ ୨୦୦୯ ରେ କେବେ ହୋଇଥିଲା ନିର୍ବାଚନ :

୨୦୦୪ ଫେବ୍ରୁଆରୀ ୨୯ରେ ନିର୍ବାଚନ କମିଶନ ୪ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଇବା ଲାଗି ଘୋଷଣା କରିଥିଲେ । ସେଥିପାଇଁ ପ୍ରଥମ ମତଦାନ ଅପ୍ରେଲ ୨୦ ତାରିଖରେ ଆରମ୍ଭ ହୋଇଥିଲା ବେଳେ ଶେଷ ମତଦାନ ତାରିଖ ଥିଲା ମେ ୧୦ ।ସେହିପରି ୨୦୦୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୨ରେ ଘୋଷଣା ହୋଇଥିଲା । ସେହିବର୍ଷ ଅପ୍ରେଲ ୧୬ରୁ ମେ ୧୩ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା । ୨୦୧୪ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୫ ତାରିଖରେ ଘୋଷଣା କରିଥିଲେ । ଅପ୍ରେଲ ୭ରୁ ମେ ୧୨ ମଧ୍ୟରେ ୯ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା ।

Follow by Email
WhatsApp