“ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

NTP(ଭୁବନେଶ୍ୱର): ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁସାରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନ ସେବା କେନ୍ଦ୍ରମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର) କାର୍ଯ୍ୟକ୍ରମ ଆଧାରରେ ସ୍ଥାପନ କରି ଓଡ଼ିଶାର ମହିଳାମାନଙ୍କୁ ରୋଜଗାରକ୍ଷମ, ଶିକ୍ଷିତ ଏବଂ ସଶକ୍ତ କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଟା ଭିଡ଼ିଛନ୍ତି । ସାମାଜିକ ଏବଂ ପର୍ଯ୍ୟାବରଣଗତ ସକରାତ୍ମକ ପରିବର୍ତନ ଆଣିବା ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ବେଶ୍ ପରିଚିତ । ଏହାକୁ ଧ୍ୟାନରେ ରଖି ତିନି ତୈଳ ବିପଣନ କମ୍ପାନି ଓଡ଼ିଶାର ମହିଳାମାନଙ୍କ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବାକୁ ଅଗ୍ରସର ହୋଇଛନ୍ତି ।
ତୈଳ ବିପଣନ କଂପାନୀମାନଙ୍କ ଦ୍ୱାରା ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତି ସ୍ୱର୍ଣ୍ଣପ୍ରଭା ସିଂ, ସିଏସସସି, ଓଡିଶା ମୁଖ୍ୟ, ଶ୍ରୀ ସଂଜୟ ଝା, ଜିଏମ (ଏଲପିଜି), ଆଇଓସିଏଲ୍, ଶ୍ରୀ ସଂଜୟ ଶର୍ମା, ରାଜ୍ୟ ମୁଖ୍ୟ (ଏଲପିଜି), ବିପିସିଏଲ, ଓଡିଶା ଏବଂ ଝାରଖଣ୍ଡ, ଶ୍ରୀ ଧର୍ମେନ୍ଦ୍ର ବେହୁରା, ଡିଜିଏମ୍ (ଏଲପିଜି), ଏଚ୍ପିସିଏଲ୍ ଏବଂ ଶ୍ରୀ ଶ୍ରୀନିବାସ ପାତ୍ର, ବରିଷ୍ଠ ପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ, ଆଇଓସିଏଲ୍ ପ୍ରମୁଖ ଏ ସଂପର୍କରେ ସୂଚନା ଦେଇଥିଲେ ।
ଏନ୍ଏଫ୍ଏଚ୍ଏସ୍-୪ର ରିପୋର୍ଟ ଅନୁସାରେ ଓଡ଼ିଶାରେ ସାନିଟାରି ନାପ୍କିନ୍ର ମୋଟ୍ ବ୍ୟବହାର ୩୩.୫ ଶତକଡା ଅଟେ । ୧୫- ୨୪ ବର୍ଷ ବର୍ଗର ମାତ୍ର ୪୨.୮% ଗ୍ରାମୀଣ ମହିଳା ମାସିକ ଋତୁସ୍ରାବ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା କୌଶଳ ଅବଲମ୍ବନ କରିଥାନ୍ତି । ରାଜ୍ୟରେ ମହିଳାମାନଙ୍କର ମାସିକ ଧର୍ମର ସ୍ୱଚ୍ଛତା କ୍ଷେତ୍ରରେ ଏହି ସ୍ଥିତିକୁ ସୁଧାରିବା ପାଇଁ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଅନ୍ତର୍ଗତ ୯୩ଟି ବ୍ଲକ୍ରେ ଜନ ସେବା କେନ୍ଦ୍ର (ସିଏସ୍ସି)ଗୁଡ଼ିକରେ ଉଜ୍ଜ୍ୱଳା ସାନିଟାରି ନାପକ୍କିନ୍ ଉପକ୍ରମ ଅଧିନରେ ୨.୯୪ କୋଟି ଟଙ୍କା ମୂଲ୍ୟରେ ୧୦୦ ଟି ଆଂଚଳିକ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯିବ । ପ୍ୟାଡ୍ ଗୁଡ଼ିକ ଉପଭୋକ୍ତାଙ୍କ ପାଇଁ ପ୍ୟାକ୍ କରାଯିବା ପୂର୍ବରୁ ଜୀବାଣୁମୁକ୍ତ ଥିବାର ସୁନିଶ୍ଚିତ କରିବାଲାଗି ସ୍ୱତନ୍ତ୍ର ଜୀବାଣୁନାଶକ ଉପଚାରଗୃହ ଉପଲବ୍ଧ ପ୍ରତ୍ୟେକ ସଂସ୍ଥା ଦୈନିକ ୧୨୦୦-୨୦୦୦ ପ୍ୟାଡ୍ ଉତ୍ପାଦନକ୍ଷମ ହେବେ । ୪୫,୦୦୦-୫୦,୦୦୦ ପ୍ୟାଡ୍ ଉତ୍ପାଦନ ପାଇଁ ପ୍ରତ୍ୟେକ ସଂସ୍ଥାରେ ପର୍ଯ୍ୟାପ୍ତ କଂଚାମାଲ୍ ଅଗ୍ରୀମ ଭାବେ ଉପଲବ୍ଧ । ୮ଟି ପ୍ୟାଡ୍ ଥାଇ ପ୍ରତି ପ୍ୟାକେଟ୍ର ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଏହି ସିଏସ୍ଆର୍ ଉପକ୍ରମର ଉଦ୍ଦେଶ୍ୟ ସାଧନ ପାଇଁ ଉଜ୍ଜ୍ୱଳା ପ୍ୟାଡ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଖାପାଖି ୬୦୦ ଜଣ ଉଜ୍ଜ୍ୱଳାର ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ ଏବଂ ପ୍ରତି ସଂସ୍ଥା ୫-୬ଜଣ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ । ଏହି ସିଏସ୍ସିଗୁଡ଼ିକ ଏକ ତାଲିମ୍ ପାଠ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ ଯାହା ସେମାନଙ୍କୁ ଗୁଜୁରାଣ ମେଂଟାଇବାରେ କେବଳ ଏକ ସମ୍ମାନଜନକ ମାଧ୍ୟମ ହେବ ନାହିଁ ବରଂ ସେମାନଙ୍କୁ ଔଦ୍ୟୋଗିକ ଦକ୍ଷତାଯୁକ୍ତ ଭାବେ ବିକଶିତ କରିବ ।

Follow by Email
WhatsApp