ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ଉପରେ ଐତିହାସିକ ରାୟ Posted on 09/11/201909/11/2019 by NTP Bureau Report ନୂଆଦିଲ୍ଲୀ(ଏନଟିପି): ଅଯୋଧ୍ୟା ରାମ ଜନ୍ମଭୂମି ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଅଯୋଧ୍ୟା ରାମଜନ୍ମଭୂମି ଓ ବାବ୍ରି ମସଜିଦ୍ ରାୟ ଉପରେ ସମସ୍ତଙ୍କର ନଜର ରହି ଥିଲା । ବର୍ତ୍ତମାନ ଆସିଥିବା ରାୟରେ ୧୮୫୭ ପୂର୍ବରୁ ବିବାଦୀୟ ସ୍ଥଳରେ ହିନ୍ଦୁମାନେ ପୂଜା କରୁଥିଲେ ବୋଲି କୁହାଯାଇଛି । ତେବେ ସେଠାରେ ମସଜିଦ ହେବା ପରେ ମୁସଲମାନମାନେ ନିୟମିତ ନମାଜ ପଢୁଥିବାର କୌଣସି ପ୍ରମାଣ ମିଳିନାହିଁ । ଅବଶ୍ୟ ମୁସଲମାନ ପକ୍ଷକୁ ସେଠାରେ ଏକ ବିକଳ୍ପ ଜାଗା ଦେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ନି ୱାକଫ ବୋର୍ଡ଼କୁ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜାଗା ଦେବାକୁ କୁହାଯାଇଛି । ବିବାଦୀୟ ସ୍ଥଳକୁ ଟ୍ରଷ୍ଟ ହାତକୁ ଦେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାମଲାଲାଙ୍କ ଜନ୍ମ ସ୍ଥାନ ଭାବେ ହିନ୍ଦୁଙ୍କ ଦାବିକୁ ସମର୍ଥନ ମିଳିଥିବାରୁ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ରାମ ଲାଲ ବି ଜୟ ଧ୍ୱନିରେ କମ୍ପୁଛି ସାରା ଅଯୋଧ୍ୟା ।ଜମିର ମାଲିକାନା ସତ୍ଵ ଟ୍ରଷ୍ଟକୁ ଦେବାକୁ କୋର୍ଟଙ୍କ ନିର୍ଦେଶ।ରାମ ଚଉତାରା ଓ ସୀତାଙ୍କ ରୋଷେଇ ସ୍ଥଳକୁ ହିନ୍ଦୁ ପୂଜା କରୁଥିଲେ।କୋର୍ଟଙ୍କ ରାୟ ଆସିବା ପରେ Share on FacebookTweetFollow usSave Post Views: 357
NATIONAL ଟିକଟକ ହୋଇପାରେ ବନ୍ଦ! ସରକାର ଦେଲେ ନୋଟିସ NTP Bureau Report 18/07/2019 0 ନୂଆଦିଲ୍ଲୀ(ଏନଟିପି ବ୍ୟୁରୋ) : ପୁଣି ଥରେ ଟିକଟକ ବ୍ୟବହାରକାରୀଙ୍କୁ ଝଟକା ଲାଗିପାରେ । କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ଓ ହାଲୋକୁ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ସରକାର କମ୍ପାନୀକୁ […]
Odisha NATIONAL ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ NTP Bureau Report 14/02/2020 0 ଭୁବନେଶ୍ୱର(ଏନଟିପି) : *୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ […]
NATIONAL ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ । NTP Bureau Report 30/01/2019 0 ପ୍ରେମ କରୁଥିବା ଫେକ୍ ପ୍ରେମିକ ହୁସିଆର୍ ।ପଛରେ ବୁଲୁଛି କ୍ରାଇମ୍ ବ୍ରାଞ୍ଚ । ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।ଆଜିକାଲି ଫେସବୁକରେ ପ୍ରେମ କରିବା […]