ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।

ପ୍ରେମ କରୁଥିବା ଫେକ୍ ପ୍ରେମିକ ହୁସିଆର୍ ।ପଛରେ ବୁଲୁଛି କ୍ରାଇମ୍ ବ୍ରାଞ୍ଚ । ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।ଆଜିକାଲି ଫେସବୁକରେ ପ୍ରେମ କରିବା ସଉକରେ ପରିଣତ ହେଲାଣି । ଅଜଣା ହେଲେବି ଯୁବତୀଙ୍କୁ ପ୍ରେମ ନିବେଦନକରି ଫସାଇବା ତରିକା ମାଲୁମ ଯୁବକ ମାନଙ୍କୁ । ଏମିତି ଜଣେ ଅଜଣା ଯୁବତୀଙ୍କୁ ଫେସବୁକରେ ଚାଟିଂ କରିକରି ପ୍ରେମ କରିବା ଆରମ୍ଭ କରିଦେଇଥିଲା ଯୁବକ ଜଣକ । ପ୍ରେମ ପରେ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ତାଙ୍କର ଫୁଙ୍ଗୁଳା ଦେହର ଫଟୋ ମଧ୍ୟ ଯୋଗାଡ କରିନେଇଥିଲା । ତାପରେ କରିଥିଲା ବ୍ଲାକ ମେଲିଂ । ଏବେ କ୍ରାଇମ୍ ବ୍ରାଞ୍ଚ ପୋଲିସ ହାତରେ ଫସିଛି ଯୁବକ ଜଣକ ।ରତନ ବେହେରା ପିତା କେଦାରନାଥ ବେହେରା । ଘର ବାଲେଶ୍ବର ଜିଲା ଜଳେଶ୍ବର ଥାନା ଖଲିନା ଗାଁରେ । ନିଜକୁ ସନ୍ଦିପ ମହାପାତ୍ର କହି ଫେସବୁକରେ ଏକ ଆକାଉଣ୍ଟ ଖୋଲିଥିଲା । ପରେ ଜଣେ ଅପରିଚିତା ଯୁବତୀଙ୍କୁ ଫସବୁକରେ ବନ୍ଧୁତା କରିଥିଲା । ବନ୍ଧୁତା ପରେ ଆରମ୍ଭ ହେଲା ଚାଟିଂ । ନିଜକୁ ଏକ ବଡ ସରକାରୀ ଚାକିରିଆ ଭାବରେ ପରିଚୟ ଦେଇ ପ୍ରେମ ଫାସରେ ଫସାଇଥିଲା ଯୁବତୀଙ୍କୁ । ଚାଟିଂ ବଢିବଢି ପ୍ରେମରେ ପରିଣତ ହୋଇଥିଲା । ପ୍ରେମ ପରେ ବିବାହ ପ୍ରସ୍ତାବ ଦେଇଥିଲା ଯୁବତୀଙ୍କୁ । ଯୁବତୀ ଜଣକ ଏହି ଯୁବକଙ୍କ ପ୍ରେମ ଫାସରେ ଫସି ବିବାହ କରିବାକୁ ସମ୍ମତି ଦେଇଥିଲେ ।ତାପରେ ସମ୍ପର୍କ ଶତ ପ୍ରିତିଶତରେ ପହଞ୍ଚିବା ପରେ ଯୁବତୀଙ୍କ ଠାରୁ ତାଙ୍କର ଫୁଙ୍ଗୁଳା ଦେହର ଫଟୋ କୌଣସି ପ୍ରକାରରେ ନେବାକୁ ସକ୍ଷମ ହୋଇଥିଲା ଯୁବକ ଜଣକ । ତାପେର ଆରମ୍ଭ ହୋଇଥିଲା ବ୍ଲାକ ମେଲିଂ । ଯୁବତୀଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ଯବତୀଙ୍କୁ ବାଧ୍ୟକରି ବିଭିନ୍ନ ସ୍ଥାନକୁ ଡକାଇଥିଲା ଏହି ପ୍ରତାରକ ଯୁବକ । ଯୁବତୀ ଜଣକ ଏଥିରେ ଅରାଜି ହେବାରୁ ପ୍ରତାରକ ଯୁବକ ଯୁବତୀଙ୍କର ଫୁଙ୍ଗୁଳା ଦେହର ଫଟୋକୁ ବିଭିନ୍ନ ହ୍ୱାଟ୍ସଆପ ଗୃପରେ ଛାଡିବା ଆରମ୍ଭ କରିଦେଇଥିଲା । ଯୁବତୀ ଜଣକ ଆପତ୍ତି କରିବାରୁ ଯୁବତୀଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ଦାବି କରିଥିଲା । ଏପରିକି କୌଣସି ଉପାୟରେ ଯୁବତୀଙ୍କ ପରିବାରକୁ ମଧ୍ୟ ହ୍ୱାଟ୍ସଆପରେ ଯୁବତୀଙ୍କ ଫୁଙ୍ଗୁଳା ଦେହର ଫଟୋ ପଠାଇ ଯୁବତୀଙ୍କ ସହିତ ତାଙ୍କ ପରିବାରକୁ ଅସ୍ତବ୍ୟସ୍ତ କରିଦେଇଥିଲା ।ଗତ ୧୬ ତାରିଖରେ ଯୁବତୀ ଜଣକ କ୍ରାଇମ ବ୍ରାଞ୍ଚ ପୋଲିସ ନିକଟରେ ଏହି ଅଭିଯୋଗ କରିବାପରେ କ୍ରାଇମ ବ୍ରାଞ୍ଚର ସାଇବର ବିଭାଗ ପକ୍ଷରୁ ଏକ ମାମଲା ରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଆଜି କ୍ରାଇମ୍ ବ୍ରାଞ୍ଚର ଇନ୍ସପେକ୍ଟର ତାପସ କୁମାର ପ୍ରଧାନ ଯୁବକର ପିଛାକରି ଯୁବକକୁ ବାଲେଶ୍ବର ଜିଲା ଖଲିନା ଗାଁରୁ ଗିରଫ କରିଛନ୍ତି । ଗିରଫ ଯୁବକ ରତନ ବେହେରା ନାମରେ ଆଇ ପି ସି ର ୨୯୨. ୩୫୪ଡି,୪୬୫,୩୮୫ଦଫା ଓ ୨୦୦ ଆଇ ଟି act ର ୬୭ଓ ୬୭ଏ ଦଫାରେ ମାମଲା ପଞ୍ଜିକୃତ କରିଛି କ୍ରାଇମ ବ୍ରାଞ୍ଚ । ରତନ ନିକଟରୁ ଦୁଇଟି ମୋବାଇଲ ଫୋନ୍ , ୫ଟି ସିମ୍ କାର୍ଡ ଓ ସନ୍ଦିପ ମହାପାତ୍ର ନାମରେ ଏକ ଫେକ ଭୋଟ ପରିଚୟପତ୍ର ଜବତ କରିଛି କ୍ରାଇମ ବ୍ରାଞ୍ଚ ପୋଲିସ ।

Follow by Email
WhatsApp