କିଟ ଷ୍ଟାଡିୟମରେ ଡେ..ନାଇଟ ଟି ଟ୍ୱେଣ୍ଟି..କ୍ରିକେଟ ଟୁର୍ଣ୍ଣାମେଣ୍ଟ Posted on 06/02/201906/02/2019 by NTP Bureau Report ଭୁବନେଶ୍ୱର (ଏନଟିପି): ଭୁବନେଶ୍ୱରର କିଟ ଷ୍ଟାଡିୟମରେ ଆରମ୍ଭ ହୋଇଛି ସର୍ବଭାରତୀୟ କିଟ ପ୍ରିମିୟର ଲିଗ୍ ର ୧୨ ତମ ସଂସ୍କରଣ ଓ ସର୍ବ ଭାରତୀୟ ଡେ …ନାଇଟ.. ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । କିଟ ଓ କିସ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଏହାକୁ ଉଦ୍ ଘାଟନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ପଯ୍ୟର୍ନ୍ତ ଚାଲିବ ।ସାରା ଦେଶର ପ୍ରାୟ ୧୨ ଟି ବିଶ୍ୱବିଦ୍ୟାଳୟ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଚାରୋଟି ପୁଲରେ ବିଭକ୍ତ କରାଯାଇଛି ।ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଟିମକୁ ଟ୍ରଫି ସହ ୨ ଲକ୍ଷ ଟଙ୍କା ପୁରସ୍କାର ବାବଦରେ ମିଳିବ । ସେହିପରି ରନର୍ସ ଅପ ଟିମ ପୁରସ୍କାର ୧ ଲକ୍ଷ ଟଙ୍କା ବିଆଯିବ । ଉଦଘାଟନୀ ମ୍ୟାଚରେ କିଟ ବିଶ୍ୱବିଦ୍ୟାଳୟ ଓ ବାରଣାସୀର ଏମଜି କାଶୀ ବିଦ୍ୟାପୀଠ ମଧ୍ୟରେ ମୁକାବିଲା ହୋଇଥିଲା । ଉତ୍ସବରେ ବିସିସିଆଇ ଚୟନକର୍ତ୍ତା ବାନ୍ତା ସିଂ, ଏମ.ଏସ.କୁମାର, ଜୟକୁମାର ସିହ୍ନା, ଅବିନାଶ କୁମାର ଓ ଲଲିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ Share on FacebookTweetFollow usSave Post Views: 136
Odisha Business Struggle to democratize the Indian Tricolour for every Indian started on 22nd September 1995 NTP Bureau Report 21/09/2022 0 New Delhi, 21/09/2022: Flag Foundation of India(FFoI) is remembering the historic day of 22nd September 1995 as a milestone day in the struggle to democratize […]
Odisha ଜିଲ୍ଲାକାର୍ଯ୍ୟାଳୟରୁ ବାହାରିଲା EVM,VVPAT ପ୍ରଦର୍ଶନୀ ଗାଡି NTP Bureau Report 20/02/2019 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାରେ ଭୋଟର ମାନଙ୍କୁ ଇ ଭି ଏମ ଓ ଭି ଭି ପାଟ ବ୍ୟବହାର ସମ୍ପର୍କରେ ସଚେତନ କରିବା ପାଇଁ ଆଜି ଏକ ସଚେତନତା ଗାଡିର ଶୁଭାରମ୍ଭ ଜିଲ୍ଲାପାଳ ମନୋଜ କୁମାର […]
Odisha ଅମାନିଆଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ NTP Bureau Report 07/04/2020 0 କନ୍ଧମାଳ, ୮/୪..(ଏନଟିପି)କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ […]