ପଟେଲଙ୍କ ଜନ୍ମ ଜୟନ୍ତୀରେ ଭୁବନେଶ୍ୱରରେ ଏକତା ପାଇଁ ଦୌଡର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Posted on 29/10/201929/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ଅକ୍ଟୋବର ୩୧କୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଗୁଜୁରାଟର କେୱଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହି ପରି ଦିଲ୍ଲୀରେ ଆୟୋଜିତ ବିଶାଳ ଏକତା ପାଇଁ ଦୌଡ଼କୁ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହା ପତାକା ଦେଖାଇ ଶୁଭାରମ୍ଭ କରୁଥିବା ବେଳେ ଭୁବନେଶ୍ୱରରେ ହେଉଥିବା ଗଣ ଦୌଡ଼ରେ ଯୋଗ ଦେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଟେଲଙ୍କ ଜନ୍ମ ଜୟନ୍ତୀରେ ଭୁବନେଶ୍ୱରରେ ଏକତା ପାଇଁ ଦୌଡର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବୀତ୍ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିଦ୍ଧୁ ଓ ଅଲମ୍ପିୟାନ ଅନୁରାଧା ବିଶ୍ୱାଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଗଣ ଦୌଡ଼ରେ ସାମିଲ ହେବେ । ଏହା ବ୍ୟତୀତ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଓଡ଼ିଆ କ୍ରୀଡ଼ାବୀତ ଏବଂ ବିଶିଷ୍ଟ ଓଡ଼ିଆ ସିନେ କଳାକାର ମାନେ ମଧ୍ୟ ଏହି ଦୌଡ଼ରେ ଭାଗ ନେବେ । ଏହି ଦୌଡ଼ ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଷ୍ଟାଡ଼ିୟମରୁ ସକାଳ ୬ ଘଟିକାରେ ଆରମ୍ଭ ହୋଇ ପ୍ରେସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଓମଫେଡ୍ ଛକ ଦେଇ ରେଲୱେ ଅଡ଼ିଟୋରିୟମ୍ରେ ପହଞ୍ଚିବ । ନେହେରୁ ଯୁବାକେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଏକତା ପାଇଁ ଦୌଡ଼ରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛା ସେବୀ ସଂଗଠନ ତଥା ଅର୍ଦ୍ଧସାମରିକ ବାହିନୀର ଯବାନ ମାନେ ଯୋଗ ଦେବେ । ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ଆୟୋଜିତ ଏହି ଦୌଡ଼ରେ ସମସ୍ତେ ସାମିଲ ହେବା ପାଇଁ ନେହେରୁ ଯୁବା କେନ୍ଦ୍ର, ଓଡ଼ିଶାର ନିର୍ଦ୍ଦେଶକ ଅଭିଜିତ ବୋସ ନିବେଦନ କରିଛନ୍ତି । Share on FacebookTweetFollow usSave Post Views: 564
Odisha ଦୁଶ୍ଚିନ୍ତାରେ ବାଲିଗୁଡ଼ାର ବାଉଁଶ କାରୀଗର :ସାମଗ୍ରୀ ଅଛି ହେଲେ, କିଣାବିକା ନାହିଁ NTP Bureau Report 21/04/2020 0 କନ୍ଧମାଳ(ଏନଟିପି): ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ […]
Odisha ଲକଡାଉନ ଖୋଲିବ କେବେ ? ଦୀର୍ଘ ଦଶନ୍ଧି ହେଲା ବିକାଶ ଅପହଞ୍ଚ, ଲକ୍ଡାଉନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଆଦିମ ଜନଜାତି କୁଟିଆ NTP Bureau Report 23/04/2020 0 କନ୍ଧମାଳ(ଏନଟିପି): ବିକାଶ ବାଟବଣା ଏବେ ଲକଡାଉନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଆଦିମ ଜନଜାତି କୁଟିଆ କନ୍ଧ ରହୁଥିବା ପଲମ, ବଲମ, କଦମ ଓ ନୀଳିଙ୍ଗପଦର […]
Odisha ଭିଜିଲାନ୍ସ ହାତରେ ପଡିଲେ କିରାଣୀ NTP Bureau Report 30/01/2019 0 ଅନୁଗୋଳ (ଏନ ଟିପି) ସରକାରୀ କର୍ମଚାରୀ ଙ୍କୁ ଲାଞ୍ଚ ନେବାପଡ଼ିଲା ମହଙ୍ଗା।ଭିଜିଲାନ୍ସ ହାତରେ ପଡିଲେ କିରାଣୀ।ଏମିତି ଘଟଣା ଘଟିଛି ଅନୁଗୁଳ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରଞ୍ଜନ କୁମାର ନାୟକ […]