ବିସ୍ଥାପିତଙ୍କ ଦାବି ପାଇଁ ଆନ୍ଦୋଳନ, ବିଧାୟକ ଙ୍କୁ ଥାନାରେ ଅଟକ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ତାଳଚେର ରେ ବିସ୍ଥାପିତ ଙ୍କ ପାଇଁ ଆନ୍ଦୋଳନ କରି ଥାନାରେ ଅଟକ ଅଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ତାଳଚେର MCL ଦ୍ୱାରା କ୍ଷ୍ୟତିଗ୍ରସ୍ତ ଭାଲୁଗାଡ଼ିଆ ଠାରେ MCL ର ହିଙ୍ଗୁଳା ଖଣି ପାଇଁ  ଜମି ଅଧିଗ୍ରହଣ ସମୟରେ ବିରୋଧ ଅଭିଯୋଗରେ ବିଧାୟକ ଗିରଫ ହୋଇଥିବା ସୂଚନା । ଦୀର୍ଘ ଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରା ଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଭିନ ଦାବି ନେଇ ଵିରୋଧ କରି ଆସୁଥିଲେ । ଜମି ପ୍ରତିବଦଳରେ ସେମାନଙ୍କୁ ଅନ୍ୟତ୍ର ଜମି ପ୍ରଦାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ତେବେ ଏହାର କୌଣସି ପ୍ରତିକାର ନକରି ଆଜି ପ୍ରଶାସନିକ ଅଧିକାରୀ ମାନେ ଭାଲୁଗାଡ଼ିଆ ଅଂଚଳରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାକୁ ବିରୋଧ କରିଥିଲେ ଅଞ୍ଚଳବାସୀ । ଅଞ୍ଚଳବାସୀଙ୍କୁ ଅନୁରୂପ ଭାବେ ସମର୍ଥନ ଜଣାଇ ସ୍ଥାନୀୟ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉଚ୍ଛେଦ ପ୍ରକ୍ରିୟା କୁ ବିରୋଧ କରିବାରୁ ଅନ୍ୟ ଶତାଧିକ ଆନ୍ଦୋଳନକାରୀଙ୍କ ସମେତ ବିଧାୟକଙ୍କୁ ପୋଲିସ ଅଟକ କରିଥିବା ସୂଚନା ମିଳିଛି।ଲୋକଙ୍କ ପାଇଁ ନ୍ୟାୟ ମାଗିଲେ ସରକାରଙ୍କ କେଉଁ ଆଧାରରେ 5 T କାର୍ଯ୍ୟକରୁଛି।ବିଧାୟକ ଙ୍କୁ କେଉଁ ଆଧାରରେ ଗିରଫ କରାଯାଇଛି।

Follow by Email
WhatsApp