କଳି ଯୁଗର କୁବେରଙ୍କ ଘରେ ଭିଜିଲାନ୍ସ ରେଡ଼; ଭିଜିଲାନ୍ସ ଜାଲରେ ପଡିଲେ ଢେଙ୍କାନାଳ RTO…… Posted on 28/12/201828/12/2018 by NTP Bureau Report ଢେଙ୍କାନାଳ :(NEWS TIME PRO)ଭିଜିଲାନ୍ସ ଜାଲରେ ପଡିଲେ RTO। ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ଦିବାକର ସିଂଙ୍କ ଘରେ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ଢେଙ୍କାନାଳ ସ୍ଥିତ ଭଡାଘର ଓ କାର୍ଯ୍ୟାଳୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଭୁବନେଶ୍ୱର, ମୟୁରଭଞ୍ଜର ଝାରପୋଖରିଆ ଓ ବାଲେଶ୍ୱର ସ୍ଥିତ ଘରେ ରେଡ୍ କରାଯାଉଛି। ଗତ କିଛି ମାସ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଢେଙ୍କାନାଳ ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ ବେହେରାଙ୍କ ଘରେ ଚଢାଉ କରାଯାଇଥିଲା। ସେ ଗିରଫ ହୋଇ ନିଲମ୍ବିତ ହୋଇଥିଲେ।ବେଆଇନ ଭାବେ ସମ୍ପତି ଠୁଳ କରି କୁବେର ବନିବାରେ ଲାଗିଛନ୍ତି RTO ।ଏଠି ପ୍ରଶ୍ନ ଉଠୁଛି ଯେଉଁଠି ଅଭିଯୋଗ ହେଉଛି ସେଇ RTO ପଡୁଛନ୍ତି ଜାଲରେ ଆଉ ଅନ୍ୟ ସବୁ RTO ବୋଧହୁଏ ଲାଞ୍ଚ ନେଉନଥିବେ।ସରକାର ପିସି ବନ୍ଦ କରିବା ପାଇଁ ଆଇନ ଆଣିଲେ କିନ୍ତୁ ଯଦି ସରକାରୀ କର୍ମଚାରୀ ଏହାକୁ ଉଲ୍ଲଂଘନ କରିବେ କଣ କରାଯିବା ଦରକାର ?RTO ଙ୍କୁ ଭିଜିଲାନ୍ସ ଗିରଫ କରିବ ପରେ ପୁଣି ୬ ମାସ ପରେ ଚାକିରୀ କରି ପୁଣି ଲାଞ୍ଚ ନେବେ।ସରକାରୀ ବ୍ୟବସ୍ଥାର ବିଭିନ୍ନ ଫନ୍ଦି କରି ଲାଞ୍ଚ ଖୋର ସରକାରୀ ବାବୁ ଗଳିଯାଉଛନ୍ତି।ଆଇନ କୁ କଡାକଡି ପାଳନ କରାଗଲେ ହୁଏତ ଦୁର୍ନୀତି କମିଯାଆନ୍ତା। Share on FacebookTweetFollow usSave Post Views: 310
Odisha ନିଃସହାୟଙ୍କ ସେବାରେ ନିଜକୁ ସମର୍ପିଛନ୍ତି ଜୟନ୍ତୀ NTP Bureau Report 10/03/2019 0 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ର କରିକିଣ୍ଡା ଗ୍ରାମରେ ଥିବା ଜୟନ୍ତୀ ଅର୍ଗାନାଇଜେସନ ତରଫରୁ sc st ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି।ସଂଗଠନର ମୁଖ୍ୟ ଶ୍ରୀମତୀ ଜୟନ୍ତୀ ଜଣେ […]
Odisha ୧୫୬ ମେଡ଼ିସିନ୍ ଉପରେ ରୋକ ଟାଣିଲେ କେନ୍ଦ୍ରସରକାର NTP Bureau Report 24/08/2024 0 ଏନ୍ ଟି ପି ବ୍ୟୁରୋ: ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ସରକାର ବ୍ୟାନ କରିଛନ୍ତି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରାଯାଇଛି । ସାଧାରଣତଃ ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ […]
Odisha Aerial Salute to ‘Corona Warriors’: Air Force showers flower petals on KIMS NTP Bureau Report 03/05/2020 0 Bhubaneswar(NewsTimePro): Indian Air Force showered flower petals on Kalinga Institute of Medical Sciences (KIMS) Covid Hospital, Bhubaneswar in a flypast from its Helicopters today as a mark […]