କୁଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର(ଏନ ଟି ପି):

ବରିଷ୍ଠ ଆଇପିଏସ ଅଫିସର ଧୀରେନ୍ଦ୍ର ସମ୍ଭାଜୀ କୁଟେଙ୍କୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କୁଟେ ୧୯୯୭ ବ୍ୟାଚର ଆଇପିଏସ ଅଫିସର, ଏବେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେସାଲ ଡ୍ୟୁଟି (ଓଏସଡି) ଭାବେ କାମ କରୁଛନ୍ତି । ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପାଇଥିବା କୁଟେ ହେଉଛନ୍ତି ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳର ପ୍ରଥମ ଆଇପିଏସ ଅଫିସର ଯେ କି ଓଏସଡି ଭାବେ ନିଯୁକ୍ତ ହୋଇଥିଲେ । ଭଦ୍ରକ ଦଙ୍ଗାକୁ ସୁପରିଚାଳନା କରିଥିବା କୁଟେ ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ମଧ୍ୟ ନାମ ଅର୍ଜନ କରିଛନ୍ତି । ଓଏସଡି ଭାବେ ସେ ନିଜର ଦାୟିତ୍ୱ ସୁପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭାଜନ ହୋଇଥିଲେ । ଏହାର ଫଳ ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଆଜି ଦାୟିତ୍ୱ ପ୍ରଦାନ କରାଯାଇଛି । କୁଟେ ମହାରାଷ୍ଟ୍ରର ନିବାସୀ ଅଟନ୍ତି।  ରାଜ୍ୟ ପରିବହନ ବିଭାଗରେ ମଧ୍ୟ ପୂର୍ବରୁ କାମ କରିଛନ୍ତି।କୁଟେ ବିଭିନ୍ନ ସମୟରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କାମ ପାଇଁ ଚର୍ଚ୍ଚା ରେ ମଧ୍ୟ ରହି ଆସିଛନ୍ତି

Follow by Email
WhatsApp