କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ କଣ ମିଳିଲା ବଡ ଉପହାର….

NTP::କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଉପହାର: ଏବେ ବାପା ହେଲେ ମିଳିବ ୭୩୦ ଦିନର ପେଡ୍ ଛୁଟି।କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ବଡ ଉପହାର ନେଇ ଆସିଛନ୍ତି । ଏବେ ପୁରୁଷ କର୍ମଚାରୀଙ୍କୁ ପୁଅ କିମ୍ବା ଝିଅ ହେବା ପରେ ୭୩୦ ଦିନର ପେଡ୍ ଛୁଟି ମିଳିବ । ଯାହା ଫଳରେ ସେମାନେ ସୁବିଧାରେ ପିଲାଙ୍କର ପାଳନ ପୋଷଣ କରି ପାରିବେ । ତେବେ ଏହି ସୁବିଧା ସମସ୍ତଙ୍କ ପାଇଁ ନୁହେଁ । କେବଳ ସେହିମାନଙ୍କ ପାଇଁ ଯେଉଁମାନେ ଏକା ପିଲାର ପାଳନ ପୋଷଣ କରିଥାନ୍ତି । ଅର୍ଥାତ୍ ସିଙ୍ଗଲ ପ୍ୟାରେଂଟସଙ୍କୁ କେବଳ ଏହାର ସୁବିଧା ମିଳିବ ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଅବିବାହିତ କିମ୍ବା ଛାଡପତ୍ରପ୍ରାପ୍ତ ପୁରୁଷ କର୍ମଚାରୀ ଏହାର ସୁବିଧା ଉଠାଇ ପାରିବେ । ଏହି ନୂତନ ନିୟମ ଅନୁଯାୟୀ, ଏକ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାଲାରି ମିଳିବ କିନ୍ତୁ ଦ୍ୱିତୀୟ ବର୍ଷ ୮୦ ପ୍ରତିଶତ ସାଲାରି ମିଳିବ । ପୂର୍ବରୁ ମହିଳା ମାନଙ୍କୁ ୬ମାସର ଛୁଟି ଏବଂ ପୁରୁଷ କର୍ମଚାରୀମାନଙ୍କୁ ୧୫ ଦିନର ଛୁଟି ମିଳୁ ଥିଲା ।ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ୨୬ ସପ୍ତାହର ଛୁଟି ମିଳୁ ଥିଲା । ତେବେ ଚାଇଲ୍ଡ କେୟାର ଲିଭ୍ ଅନୁଯାୟୀ ଏବେ ମହିଳା କର୍ମଚାରୀ ଏବଂ ପୁରୁଷ କର୍ମଚାରୀଙ୍କୁ ୭୩୦ ଦିନର ଛୁଟି ମିଳିବ । ଏହି ସୁବିଧା କେବଳ ଦୁଇଟି ସନ୍ତାନ ପାଇଁ ଉପଲବ୍ଧ ରହିବ ।

Follow by Email
WhatsApp