28 ତମ ଜାତୀୟ ଉସୁ ଚାମ୍ପିୟନ୍‌ସିପ୍‌ରେ ଅନୁଗୁଳର ଦିବ୍ୟମୋହନ ପ୍ରଧାନଙ୍କୁ ମିଳିଲା ରୌପ୍ୟ ପଦକ

ଅନୁଗୋଳ(ଏନଟିପି):

ଅନୁଗୁଳ : ଗତ 26 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜାମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିବା 28 ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ 2019 ରେ ଅନୁଗୁଳ ଜିଲ୍ଲାର ଦିବ୍ୟମୋହନ ପ୍ରଧାନଙ୍କୁ ସିଲ୍‌ଭର୍‌ ମେଡ଼ାଲ୍‌ ମିଳିଛି । ଦିବ୍ୟମୋହନଙ୍କ ଘର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ତେଲିସିଁହା ଗ୍ରାମରେ ।
ଜାମ୍ମୁଠାରେ ଅନୁଷ୍ଠିତ ହୋଇଥିବା ଏହି ଉସୁ ଚାମ୍ପିଆନ୍‌ସିପ୍‌ରେ ଓଡ଼ିଶାରୁ 18 ଜଣ ଖେଳାଳୀ ଅଂଶ ଗ୍ରହଣ କରିଥଲେ । ଦିବ୍ୟମୋହନ ସିଂ ୟେ କ୍ବାନ୍‌ ଇଭେଣ୍ଟରେ ଦେଶର ଅନ୍ୟ 35 ଜଣ ଖେଳାଳୀଙ୍କ ସହ ଅଂଶ ଗ୍ରହଣ କରିଥିଲେ । ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଏହି ମେଡ଼ାଲ ଆଣିଥିବାକୁ ତାଙ୍କୁ ଓଡ଼ିଶା ଉସୁ ଆସୋସିଏସନ ସଭାପତି ଏସ୍‌ଏସ୍‌ ହରିଚନ୍ଦନ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଦେହେରା ଶୁଭେଚ୍ଛା ଜଣାଇଥନ୍ତି ।
ଦିବ୍ୟମୋହନ ଛୋଟବେଳୁ ମଣିପୁରରେ ରହି ଉସୁ ତାଲିମ ଗ୍ରାହଣ କରିଥିବା ବେଳେ ଏବେ ପଞ୍ଜାବର ପାତିଆଲାରେ ତାଲିମ ଗ୍ରହଣ କରୁଛନ୍ତି । ସେ ପୂର୍ବରୁ ଜାତୀୟ ଉସୁ ଚାମ୍ପିଆନ୍‌ସିପ୍‌ରେ ବହୁ ପଦକ ଆଣିଥିବା ବେଳେ 2020ରେ ଏନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଉସୁ ଚାମ୍ପିଆନ୍‌ସିପ୍‌ରେ ଅଂଶ ଗ୍ରହଣ କରିବାକୁ ଲକ୍ଷ କରିଥିବା ଦିବ୍ୟମୋହନ କହିଛନ୍ତି ।

Follow by Email
WhatsApp