ଯୁକ୍ତ ୩ ତୃତୀୟ ବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ନରସିଂହପୁର

ନରସିଂହପୁର ବ୍ଲକ ଅନର୍ଗତ କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ତରଫରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଅର୍ପଣ କରିଛନ୍ତି। ଏହି ଉସ୍ତବରେ ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗ ମୁଖ୍ୟ ଧନେଶ୍ୱର ବାରିକ ଓ ସଭାପତି ରୂପେ କଲେଜ ର ଅଧକ୍ଷ ଶ୍ରୀଯୁକ୍ତ ଅଜିତ ପଣ୍ଡା ଯୋଗଦେଇଥିଲେ । ଏବଂ ଆଗକୁ ଶିକ୍ଷା ଜୀବନ କୁ ଦୁଢ଼ ଏବଂ କଠିନ ରୁ କଠିନତମ କରିବାକୁ ଉପଦେଶ ଦେଇଥିଲେ। ଏହା ସହ ସଂମାନିତ ଅତିଥି ରୂପେ ଈଂରାଜି ବିଭାଗର ମୁଖ୍ୟ ଅଜୟ କୁମାର ଦାଶ, ସଂସ୍କୃତ ବିଭାଗର ମୁଖ୍ୟା ଶ୍ରୀମତୀ ପୌର୍ଣ୍ଣମାସୀ ପଣ୍ଡା, ଡ଼ ନବକିଶୋର ମିଶ୍ର ଓ ରାଜନୀତି ବିଜ୍ଞାନ ର ମୁଖ୍ୟ ସତ୍ୟବ୍ରତ ଆଚାର୍ଯ୍ୟ ଓ ସଂସ୍କୃତ ବିଭାଗର ଅଧ୍ୟାପକ ତପନ ପଣ୍ଡା ,ଓଡ଼ିଆ ବିଭଗର ଅଧ୍ୟାପିକା କ୍ଷୀରାବଧି ତନୟା ରଥ, ଶିକ୍ଷା ବିଭାଗର ଅଧ୍ୟାପିକା ନମିତା ବେହେରା ଯୋଗଦେଇ ଦେଇଥିଲେ। ଏବଂ ବିଭୁତି ଭୂଷଣ ଷଡଙ୍ଗୀ ବେଦ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶୁଭଲଷ୍ମୀ ମଲ୍ଲିକ, ଅନୁସୟା ମଲ୍ଲିକ ବିଦାୟକାଳୀନ ସଙ୍ଗୀତ ଗାନ କରିଥିଲେ।ସେହିପରି ଦୀର୍ଘ ତିନି ବର୍ଷ ର ଶିକ୍ଷା ଅଭିଜ୍ଞତା ଓ ଚାଲିଚଳଣୀ ବିଷୟରେ ଖୁବ ବଖାଣି ଥିଲେ ଛାତ୍ରୀ ଲିପିକା ଶୁଭଦର୍ଶୀନି ପଣ୍ଡା, ପ୍ରୀତିସୁଧା ମହାପାତ୍ର, ସୁଚିସ୍ମିତା ବାରିକ ଓ ଛାତ୍ର ଜ୍ୟୋତିରଞ୍ଜନ ନାୟକ। ସଭା ଶେଷରେ ସଂସ୍କୃତ ବିଭାଗର ଅଧ୍ୟାପକ ତପନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Follow by Email
WhatsApp