ସୁପ୍ରିମକୋର୍ଟ ରେ ଅଯୋଧ୍ୟା ଶୁଣାଣି ଆରମ୍ଭ Posted on 06/08/201906/08/2019 by NTP Bureau Report ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଜୁଲାଇ ୩୧ ତାରିଖରେ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିବା ମଧ୍ୟସ୍ଥତା ପ୍ୟାନେଲ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ହେଲେ ସେମାନେ କୌଣସି ନିର୍ଯ୍ୟାସ ବାହାର ନ କରିପାରିବାରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିଛନ୍ତି। ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ଦଲୀଲରେ ଶୁଣାଣୀ କରୁଛନ୍ତି । ଆଜି ଠିକ୍ ୧୧ଟା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇ ମାମଲାର ଶୁଣାଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ୍ ଏ ନଜିର ରହିଛନ୍ତି। ପ୍ରକାଶ ଥାଉକି, ଅଯୋଧ୍ୟା ମାମଲାର ବିଚାର ସମୟରେ ନିର୍ମୋହୀ ଆଖଡା ରାମଜନ୍ମଭୂମି-ବାବରୀ ମସଜିଦର ୨.୭୭ ଏକର ବିବାଦୀୟ ଜମିରେ ମାଲିକାନା ହକ ଥିବା ଦାବୀ କରିଛି । ନିର୍ମୋହୀ ଆଖଡା କହିଛି କି, ମୁଁ ଏହି କ୍ଷେତ୍ରର ପ୍ରବନ୍ଧନ ଏବଂ ନିୟନ୍ତ୍ରଣ ଦାବୀ କରୁଛି । ୧୯୩୪ ପର୍ଯ୍ୟନ୍ତ ସେଠାରେ କୌଣସୀ ପ୍ରକାରର ମୁସଲମାନ ପ୍ରବେଶକୁ ନେଇ ଅନୁମତି ନଥିଲା । ସେଠାରେ କେବଳ ନିର୍ମୋହୀ ଆଖଡାର ନିୟନ୍ତ୍ରଣ ଥିଲା । ବାହାର ପରିସରରେ ଯେଉଁଠାରେ ସୀତା ରୋଷେଇ, ଚବୁତରା, ଭଣ୍ଡାର ଗୃହ ରହିଛି ସେଠାରେ ଆଖଡାର ନିୟନ୍ତ୍ରଣ ଥିଲା ଏବଂ କୌଣସୀ ମାମଲାରେ ବିବାଦ ନଥିଲା । ବର୍ଷ ବର୍ଷ ଧରି ରାମଜନ୍ମ ସ୍ଥାନ ଉପରେ ଆମର ଅଧୀକାର ଥିଲା ।ଏହାପୂର୍ବରୁ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏଫ୍ଏମ୍ କାଲିଫୁଲ୍ଲାଙ୍କ ନେତୃତ୍ୱରେ ୩ ଜଣିଆ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିରେ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ରହିଥିଲେ। ଏମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ ମାମଲାରେ କୌଣସି ସମାଧାନ ହୋଇ ପାରି ନଥିବା ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ। Share on FacebookTweetFollow usSave Post Views: 385
NATIONAL Amazon CEO Jeff Bezos will go into space on July 20 NTP Bureau Report 07/06/2021 0 NewDelhi(NewsTimePro): Amazon founder Jeff Bezos is heading into space. Jeff Bezos also owns a space company called Blue Origin. Jeff Bezos has announced that he […]
Odisha NATIONAL ଲକଡାଉନ ନିୟମ ନମାନିଲେ ଗୁଳି NTP Bureau Report 25/03/2020 0 ହାଇଦ୍ରାବାଦ(ଏନଟିପି): କରୋନା ଏବେ ବିଶ୍ୱ ମହାମାରୀ।ମହାମାରୀ ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରି ଠାରୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ […]
NATIONAL Odisha ରେଲବଜେଟରେ ଓଡିଶାକୁ ମିଳିଲା କେତେ ? ପଢନ୍ତୁ ପୁରା ରିପୋର୍ଟ NTP Bureau Report 05/02/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର:(ଏନଟିପି) ରେଳ ବଜେଟରେ ଓଡିଶାକୁ ଅଗ୍ରାଧିକାର । କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଯଥେଷ୍ଟ ପରିମାଣର ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପୂର୍ବତଟ ରେଳ ପଥ ପାଇଁ ମୋଟ ୫ […]