ସାମ୍ବାଦିକ ସାଜିଲେ ଦେବଦୂତ;ଭାରରେ ବୋହିଲେ ରୋଗୀ…

ମାଲକାନଗିରି (ଏନ ଟି ପି)

ସାମ୍ବାଦିକ ଭାରରେ ବୋହିଲେ ରୋଗୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ।ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ସାମ୍ବାଦିକ ବଢ଼ାଇଲେ ସହାୟତାର ହାତ ।
ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବା ବେଳେ ଭାର କରି ନେବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଗ୍ରାମରେ ଝାଟି ପର୍ବ ଚାଲୁଥିବା ରୁ କୌଣସି ଲୋକେ ଭାର କାନ୍ଧେଇବା କୁ ଆସିନଥିଲେ । ଶେଷରେ ପରିବାର ଲୋକେ ଓ କିଛି ସାମ୍ବାଦିକ ମହିଳା ଜଣଙ୍କୁ ଭାର ରେ ବୋହି ବୋହି 4କିମି ପଥୁରିଆ ରାସ୍ତା ରେ ତୁଳାଗୁରୁମ ଗ୍ରାମକୁ ନେବାପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା । ରୋଗୀଙ୍କ ଅବସ୍ଥା ସଂକଟା ପର୍ଣ୍ଣ ଥିବାରୁ ପ୍ରଥମେ ତାଙ୍କୁ ଖଇରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୂର୍ବରୁ ବି ମାଲକାନଗିରି ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜଣେ ସାମ୍ବାଦିକ ଙ୍କ ଏହି ଭଳି କାର୍ଯ୍ୟ ନିହାତି ରୂପେ ପ୍ରଶଂସା ଯୋଗ୍ୟ । ଲୋକଙ୍କ ଅସୁବିଧା କୁ ସରକାରଙ୍କ ଦୃଷ୍ଟି ଗୋଚର କୁ ଆଣିବା ସହ ଲୋକଙ୍କୁ ସାହାଯ୍ୟ କରି ଏହି ସାମ୍ବାଦିକ ଭାଇ ମାନେ ପ୍ରକୃତ ସାମ୍ବାଦିକ ଅଟନ୍ତି ଏବଂ ନିଜ କାମକୁ ଠିକ ରୂପେ ତୁଲାଉ ଛନ୍ତି ।

Follow by Email
WhatsApp