ଦାୟିତ୍ୱ ଗ୍ରହଣ କଲେ RDC, ପ୍ରଥମ ଦିନରୁ ଜାଇକାକୁ ଦେଲେ ତାଗିଦ

କଟକ (ଏନଟିପି):

ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ  ଅନିଲ ସାମଲଙ୍କ ସମୟରେ ହୋଇଥିଲା ବହୁ ବିକାଶ ମୂଳକ କାର୍ଯ୍ୟ।ଯାଜପୁର ପରେ ଅନୁଗୋଳ ଜିଲ୍ଲାପାଳ ଭାବେ ମଧ୍ୟ ବହୁ କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଶ୍ରୀ ସାମଲ।ଅନୁଗୋଳ ପରେ ଶ୍ରୀ ସାମଲ ଏବେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ପ୍ରସାଶନିକ ସେବାର ବରିଷ୍ଠ ଅଧିକାରୀ ଅନିଲ କୁମାର ସାମଲ।କଟକ ଜିଲ୍ଲା ମାହାଙ୍ଗା ର ଉମର ଗ୍ରାମରେ ଅନିଲ ସାମଲ ୧୯୬୧ ସେପ୍ଟେମ୍ବର ୧୫ରେ ଜନ୍ମ ଗ୍ରହଣ କରିଥିଲେ।ସେ ହେଉଛନ୍ତି ୨୦୦୩ ବ୍ୟାଚ ର ଅଧିକାରୀ।ଅନୁଗୋଳ,ଯାଜପୁର ଜିଲ୍ଲାପାଳ,ନବକଳେବର ସମୟରେ ପର୍ଯ୍ୟଟନ ବିଭାଗ ନିର୍ଦେଶକ,ବୈଷୟିକ ଶିକ୍ଷା ନିର୍ଦେଶକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ବେଶ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି।ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସହ ସେ ପରିବହନ ବିଭାଗ କମିଶନର ଓ କଟକ ମହାନଗର ନିଗମର ପ୍ରଶାଶକ ଦାୟିତ୍ୱରେ ରହିବେ।ଜୟପୁର NIIT ରୁ ସିଭିଲ ଇଞ୍ଜିନିୟରିଂ ରେ ଟପର ହୋଇଥିବା ଶ୍ରୀ ସାମଲ IIT ଖଡ଼ଗପୁର ରୁ ପରିବେଶ ଇଞ୍ଜିନିୟରିଂ ଓ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ସହ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ।ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତ କର୍ମଚାରୀ ଓ ବରିଷ୍ଠ ଅଧିକାରୀ ତାଙ୍କୁ ଶୁଭେସ୍ଛା ଜ୍ଞାପନ କରିଛନ୍ତି।ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିବା ସହ  ନିଷ୍ଠାର ସହ କାମ କରିବାପାଇଁ ପରାମର୍ଶ ଦେଇଛନ୍ତି।ପ୍ରଥମ ଦିନରେ କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କ ସହ ଦୁଇ ଘଣ୍ଟା ଧରି ଆଲୋଚନା କରିବା ସହ ନିଜ କାର୍ଯ୍ୟାଳୟର ବିଭିନ ସେକ୍ସନ ର କାମ ଗୁଡିକର ସମୀକ୍ଷା କରିଛନ୍ତି।ତା ସହିତ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଯୋଗଦେବାପରେ କଟକ ଚଣ୍ଡୀ ଓ ପୁରୀ ଯାଇ ଜଗନ୍ନାଥ ଙ୍କ ଦର୍ଶନ ମଧ୍ୟ କରିଛନ୍ତି।ଯାଜପୁରରେ ଥିବା ସମୟରେ କଣ କଣ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି।ଯାଜପୁରରେ ଫାଇଲିନ ,ହୁଡ଼ ହୁଡ଼ ସମୟରେ ZERO CASUALITY କୁ ପ୍ରାଥମିକତା ଦିଆଯାଇ ସଫଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲି।ଅନୁଗୋଳରେ ଜିଲ୍ଲାପାଳ ଥିବା ସମୟରେ କଣ କଣ ସବୁ ପ୍ରାଥମିକତା ଦିଆଯାଇଥିଲା।ଅନୁଗୋଳରେ ଜିଲ୍ଲାପାଳ ଥିବା ବେଳେ ଆଠମଲ୍ଲିକ ର ପୁରୁଣା ମାଣିତ୍ରୀ ବସ ଦୁର୍ଘଟଣା ସମୟରେ ତ୍ୱରିତ ହୋଇଥିଲା ରେସକ୍ୟୁ ଅପରେଶନ, ନଳକୂପରୁ ସୁରକ୍ଷିତ ଭାବେ ଶିଶୁ ଉଦ୍ଧାର, ରେଡକ୍ରସ ପାଣ୍ଠିର ବିନିଯୋଗ ସହବହୁ ଉନ୍ନୟନ ମୂଳକ କାମ ହୋଇଥିଲା।

ଜାଇକା କୁ ତାଗିଦ କଲେ ଆର ଡି ସି :

ଅନୁଗୋଳର ପୂର୍ବତନ ଜିଲ୍ଲାପାଳ ଅନିଲ ସାମଲ କେନ୍ଦ୍ରାଞ୍ଚଳ RDC ଦାୟିତ୍ୱ ନେବା ପରେ କଟକ ସହରରେ ଜାଇକା ନେଇଥିବା କାମ କୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ ।ଧାର୍ଯ୍ୟ ସମୟ ଭିତରେ କାର୍ଯ୍ୟ ସାରିବାକୁ ଜାଇକା କୁ ତାଗିଦ ମଧ୍ୟ କରିଛନ୍ତି RDC …

ଉତ୍ତର କେନ୍ଦ୍ରାଞ୍ଚଳ RDC ଙ୍କ ସହ NEWS TIME PRO ର ସ୍ୱତନ୍ତ୍ର ଆଲୋଚନା……….

ଅନୁଗୋଳ ପରେ ଏବେ ଆର ଡି ସି ଭାବେ ଦାୟିତ୍ୱ ନେଇଛନ୍ତି କିଭଳି ରହିବ କାର୍ଯ୍ୟଶୈଳୀ ?

ଉତ୍ତର କେନ୍ଦ୍ରାଞ୍ଚଳ RDC ଭାବେ ଦାୟିତ୍ୱ ଗ୍ରହଣ କରିଛି।।ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ଲୋକଙ୍କ ପାଖରେ କିଭଳି ପହଂଚିବ ସେ ଉପରେ ଫୋକସ ରହିବ।କଟକକୁ ସ୍ୱଚ୍ଛ ସହ ପରିମଳରେ ଏକ ନମ୍ବର କରିବାର ଲକ୍ଷ ରହିଛି।

କେନ୍ଦ୍ରାଞ୍ଚଳ RDC ସହ ଆପଣ ତିନି ତିନୋଟି ଗୁରୁତ୍ୱ ପୂର୍ଣ ଦାୟିତ୍ୱ ନେଇଛନ୍ତି, କେଉଁ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେବେ ?

ପ୍ରଥମେ ସବୁ ଜିଲ୍ଲା ପରିଦର୍ଶନ ରେ ଯାଇ ସମସ୍ତ କାମର  ସମୀକ୍ଷା କରିବି।ସରକାରଙ୍କ ଉନ୍ନୟନ ମୂଳକ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ  ଉପରେ ଜିଲ୍ଲାପାଳମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେବି।ରାଜସ୍ବ ଓ ଜମିଜମା ଅଭିଯୋଗର ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ନିର୍ଵାଚନ ବର୍ଷ ହୋଇଥିବାରୁ କାହା ଉପରେ ପ୍ରାଥମିକତା ଦେବେ ?

ନିର୍ଵାଚନ ଭିତରେ ସବୁ କାମର ତ୍ୱରିତ ସମାଧାନ କରାଯିବ।ସବୁ ଜିଲ୍ଲାରେ କିଭଳି ଅବାଧ ,ମୁକ୍ତ ନିର୍ଵାଚନ ହେବ ତାହାକୁ ଗୁରୁତ୍ୱ ଦିଆଯିବ।ଲ୍ୟାଣ୍ଡ ଆକ୍ୟୁ ଜିସନ ମ୍ୟାଟର,ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଓ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଯେଉଁ ଗୁଡିକ ଅଟକି ରହିଛି ସେ ଗୁଡିକ କିପରି ତ୍ୱରାନ୍ୱିତ ହେବ ତା ଉପରେ ଗୁରୁତ୍ୱ ଦେବୀ।ନିର୍ଵାଚନ ପୂର୍ବରୁ ଯେତିକି ସମ୍ଭବ କାମ ସରିବା ଉପରେ ଫୋକସ ରହିବ।

ସି ଏମ ସି ପ୍ରଶାଶକ ଦାୟିତ୍ୱରେ ଆପଣଙ୍କର କଣ ଭୂମିକା ରହିବ?

କଟକ ହେଉଛି ଐତିହ୍ୟ ସମ୍ପର୍ଣ୍ଣ ସହର।କଟକ କୁ କିଭଳି ସୁସ୍ଥ ପରିବେଶ ଗଠନ କରିହେବ ସେ ଉପରେ ଗୁରୁତ୍ୱ ଦେବି କିଭଳି କଟକ ସହରକୁ ସ୍ୱଚ୍ଛ ରଖାଯାଇପାରିବ,ବର୍ଜ୍ୟବସ୍ତୁ ପରିଚାଳନା ଯେପରି ଅଳିଆ ଆବର୍ଜ୍ଜନା ଡ଼ମ୍ପ ହୋଇ ନପଡିବ ସେ ଉପରେ ଗୁରୁତ୍ୱ ରହିବ।କଟକ ସହରକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅଧିକ ଗୁରୁତ୍ୱ ଦେବି।ସହରର ଡ୍ରେନେଜ ସମସ୍ୟା ଓ ଯାଇକା କାମ ବିଳମ୍ବ ଉପରେ ସମୀକ୍ଷା କରି କିପରି କାମ ଶୀଘ୍ର ସରିବ ସେ ଉପରେ ପ୍ରାଥମିକତା ଦେବୀ। ଜଳ ପରିଚାଳନା,ବର୍ଷା ଜଳ ଅମଳ ଓ ପରିବେଶ ଉପରେ ମୁ ଖଡଗ ପୁରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି।ତେବେ ଯେହେତୁ ଦୀର୍ଘ ବର୍ଷ ଧରି ନଗର ଉନ୍ନୟନ ବିଭାଗରେ କାମ କରିଛି ତେଣୁ ସି ଏମ ସିରେ କିଭଳି ଅଧିକ ଉନ୍ନୟନ ମୂଳକ କାମ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବି।


ପରିବହନ କମିଶନର ଭାବେ କେଉଁ କାର୍ଯ୍ୟକୁ ଗୁରୁତ୍ୱ ଦେବେ ?

ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି।ଏହାକୁ କିଭଳି ହ୍ରାସ କରାଯିବ ଓ ଆଧୁନିକୀକରଣ ବ୍ୟବସ୍ଥାକୁ ପରିବହନ ବିଭାଗ ଅପଣାଇବ ତାହାଉପରେ ଗୁରୁତ୍ୱ ରହିବ ।ପରିବହନ ବିଭାଗ ରେ ନୂଆ  ସଂସ୍କାର ଅଣାଯିବା ସହ ସିସି ଟିଭି ଲଗାଯିବ ।ବିଭିନ୍ନ ଦୁର୍ଘଟଣା ପ୍ରବଣ ଯୋନର ପ୍ରତିକାର ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରାଥମିକତା ଦିଆଯାଇ ଦୁର୍ଘଟଣା ସଂଖ୍ୟା ହ୍ରାସ ହିଁ ଫୋକସରେ ରହିବ

କଟକରେ ବହୁତ ଚ୍ୟାଲେଞ୍ଜ ରହିବ ,କିଭଳି ଏହାକୁ ଦାୟିତ୍ୱର ସହ ସମ୍ପର୍ଣ୍ଣ କରିବେ ?

କଟକ ମହାନଗର ନିଗମ ହୋଇଥିବାରୁ ବହୁତ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ ।ଏହାକୁ ସଠିକ ଭାବେ ପ୍ରତିପାଦିତ କରିବି।ଲୋକଙ୍କ ସେବା ହିଁ ମୋର ପ୍ରଥମ ପ୍ରାଥମିକତା ରାହିବ।ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ଉପରେ ପ୍ରଥମ ପ୍ରାଥମିକତା ଦେବି
Follow by Email
WhatsApp