ଚୀନରେ କରୋନା ଭାଇରସ ରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ବ୍ୟୁରୋ (ଏନ ଟି ପି):

ଚୀନରେ କରୋନା ଭାଇରସ୍‌ର ପ୍ରଭାବ ଜାରି ରହିଛି । ମୃତ୍ୟୁସଂଖ୍ୟା ୨ହଜାର ଅତିକ୍ରମ କରିଥିବା ବେଳେ ୭୪ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ସେପଟେ ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ତତ୍ପରତା ଦେଖାଇଛି ଭାରତୀୟ ବାୟୁସେନା । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଆସନ୍ତାକାଲି ଚୀନ ଯାଇ ଭାରତୀୟଙ୍କୁ ଉଦ୍ଧାର କରିବ ବୋଲି ଜଣାପଡିଛି ।

Follow by Email
WhatsApp